ବାରିପଦା: ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ, ରୋଗୀ ମୃତ ସହ ୫ ଗୁରୁତର

ମୟୁରଭଞ୍ଜ(କେନ୍ୟୁଜ୍) : ଚିକିତ୍ସା ହେବାକୁ ଆସି ଦୁର୍ଘଟଣାରେ ଚାଲିଗଲା ରୋଗୀର ଜୀବନ ବାଙ୍ଗିରିପୋଷୀ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୦୮ ଆମ୍ବୁଲାନ୍ସ ଉପରେ ଓଲଟିଲା ଟ୍ରକ, ଘଟଣା ସ୍ଥଳରେ  ରୋଗୀର ମୃତ ହେବା ସହ ୫ ଜଣ ଗରୁତର ହୋଇଛନ୍ତି।

ଆମ୍ବୁଲାନ୍ସଟି ରାଇରଙ୍ଗପୁର ମେଡିକାଲରୁ ବାରିପଦା ମେଡିକାଲକୁ ଆସୁଥିଲା। ଦୁର୍ଘଟଣାରେ ରୋଗୀଙ୍କ ପରିବାର ସହ ଡ୍ରାଇଭର ବି ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.