Below header

ମାତ୍ର ୧୭ ମିନିଟରେ ସ୍ମାର୍ଟଫୋନ ହେବ ଫୁଲ ଚାର୍ଜ, ସାଓମି ଆଣୁଛି ଏହି ଦମଦାର ଚାର୍ଜର

ନୂଆଦିଲ୍ଲୀ : ସ୍ମାର୍ଟଫୋନ ଦୁନିଆରେ ସବୁଠାରୁ ଫାଷ୍ଟ ଚାର୍ଜିଂ ଭାବେ ଓପୋ ଚାର୍ଜର ଜଣାଯାଇଥାଏ। କିନ୍ତୁ ଏବେ ଖୁବ ଶୀଘ୍ର ଏହାକୁ ଟକ୍କର ଦେବାକୁ ଆସୁଛି ସାଓମିର ନୂଆ ଚାଜର୍ର। କହିବାକୁ ଚାହିଁବୁ, ସାଓମି ଖୁବ ଶୀଘ୍ର 100w ବିଶିଷ୍ଟ ସୁପର ଚାର୍ଜ ଟବ୍ରୋ ଫାଷ୍ଟ ଚାଜିଂ ଟେକ୍ନୋଲୋଜି ଆଣିବାକୁ ଯାଉଛି। ଏହା ଉପରେ କାମ ଚାଲୁଥିବା ବେଳେ ଏହ ବିଷୟରେ ସାଓମିର ପ୍ରେସିଡେଣ୍ଟି ଲିନବେନ ସୂଚନା ଦେଇଛନ୍ତି।

Xiaomi

୪୦୦୦ଏମଏଏଚ୍ ବ୍ୟାଟେରୀ ମାତ୍ର ୧୭ ମିନିଟରେ ହେବ ଚାର୍ଜ

ସାଓମିର 100w ସୁପର ଚାର୍ଜ ଟବ୍ରୋ ଚାଜିଂ ଟେକ୍ନୋଲୋଜି ସାହାଯ୍ୟରେ ୪୦୦୦ଏମଏଏଚର ବ୍ୟାଟେରୀ ମାତ୍ର ୧୭ ମିନିଟରେ ଚାର୍ଜ ହୋଇପାରିବ। ଏହାର ମୁକାବିଲା ଓପୋର ୫୦w ବିଶିଷ୍ଟ VOOC ପ୍ଳାସ ଚାର୍ଜ ଟେକ୍ନୋଲୋଜି ସହିତ ହେବ। ଯାହା ୧୭ ମିନିଟରେ ୬୫ ପ୍ରତିଶତ ଚାର୍ଜର ସୁବିଧା ଦେଉଥିଲା। ତେବେ ଏବେ ଅପେକ୍ଷା ରହିଲା ସାମିର ଏହି ସୁପରଫାଷ୍ଟ ଚାର୍ଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.