Below header

ଏହି ସୁନ୍ଦରୀ ଅଭିନେତ୍ରୀ ଛାଡିଦେଲେ ୨ କୋଟିର ଅଫର, କାରଣ ଜାଣି ହେବେ ଚକିତ

ମୁମ୍ବାଇ : ନିଜର ପ୍ରଥମ ଫିଲ୍ମରୁ ଚର୍ଚ୍ଚାରେ ରହିଥିବା ୨୬ବର୍ଷିୟ ମଲାୟଲମ ଅଭିନେତ୍ରୀ ସାଇ ପଲ୍ଲବୀ ୨ କୋଟିର ଏକ ଅଫରକୁ ମନା କରିଦେଇଛନ୍ତି। ଏହି ଖବର ତାଙ୍କୁ ଏବେ ଚର୍ଚ୍ଚାର ବିଷୟ କରିଛି। ତାଙ୍କୁ ଏକ ବ୍ୟୁଟି ପ୍ରଡକ୍ଟ କମ୍ପାନୀ ଏହି ଅଫର ଦେଇଥିଲା। ବାସ୍ତବରେ ସାଇ ପଳ୍ଲବୀଙ୍କ ସ୍କ୍ରିନ କଲର ଡକ୍ସି(ଶ୍ୟାମଳ) ଅଟେ। କମ୍ପାନୀ ତାଙ୍କୁ ଏକ ଗୋରା ହେବା କ୍ରିମର ବିଜ୍ଞାପନ ପାଇଁ ଅଫର ଦେଇଥିଲେ। ଯେଉଁଥି ପାଇଁ ସାଇ ତୁରନ୍ତ ମନା କରିଦେଇଥିଲେ।

Sai-Pallavi

ଅଭିନେତ୍ରୀଙ୍କ କହିବା ମୁତାବକ, ତାଙ୍କ ତ୍ବଚାର ରଙ୍ଗ ଯେପରି ସେ ସେହି ରୁପେ କ୍ୟାମେରା ସାମ୍ନାକୁ ଯିବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନେକ ଇଣ୍ଟରଭ୍ୟୁରେ ତାଙ୍କୁ ମେକଅପ ପସନ୍ଦ ନୁହଁ ବୋଲି କହିଛନ୍ତି। ଏଥିପାଇଁ ସେ କୌଣସି ରଙ୍ଗ ଗୋରା କରବା କ୍ରିମର ବିଜ୍ଞାପନ କରିବେ ନାହିଁ। ସେ ଅଫର ମାତ୍ର କିଛି ମିନିଟ ମଧ୍ୟରେ ତାହାକୁ ପ୍ରତ୍ୟାଖ୍ୟନ କରିଥିଲେ। ତେବେ ଏପରି ଡିଲ ପାଇଁ ଅନେକ ଅଭିନେତ୍ରୀ ସଂଘର୍ଷ କରୁଥିବା ବେଳେ ସାଇଙ୍କ ଏପରି ପଦକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.