ମୁସଲିମ ଝିଅର ବାହାଘର କାର୍ଡରେ ସ୍ଥାନ ପାଇଲେ ରାମ ସୀତା, ଲୋକ କହିଲେ ଏମିତି କଥା

ଅନେକ ଜାଗାରେ ଜାତିବାଦକୁ ନେଇ ଉଠୁଥିବା ବିବାଦକୁ ଆପଣ ମାନେ ଅଳ୍ପ ବହୁତେ ଜାଣିଥିବେ ।ବିଶେଷ କରି ରାଜନୈତିକ କ୍ଷେତ୍ରରେ ଏହି ଧର୍ମୀୟ ଭେଦକୁ ବହୁଳ ଭାବରେ ବ୍ୟବହାର ହେଉଥିବାର ଆପଣ ମାନେ ଦେଖୁଥିବେ । ହେଲେ ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ଘଟିଛି ଯାହା ସବୁ ରାଜନୈତିକ ଲୋକ ମାନଙ୍କ ଏକ ବାର୍ତ୍ତାରେ ପରିଣତ ହୋଇଛି। ଉତ୍ତର ପ୍ରଦେଶର ସାହାଯାହାନପୁର ଜଣେ ମୁସଲମାନ ପରିବାରର ତାଙ୍କ ଝିଅର ବାହାଘର କାର୍ଡରେ ରାମସୀତାଙ୍କ ଫଟୋକୁ ସ୍ଥାନ ଦେଇଛନ୍ତି । ଯାହା ଏବେ ସେହି ଅଞ୍ଚଳରେ ଲୋକମାନଙ୍କୁ ଆଶ୍ଚମ୍ବିତ କରିବା ସହ ଦେଶରେ ଉଦାହରଣ ପାଲଟିଛି ।ଉତ୍ତରପ୍ରଦେଶ ସାହାଜାହାନପୁର ସ୍ଥିତ ଆଲ୍ଲାଗଞ୍ଜ ଚିଲୈଆ ଗାଁର ଇବାଦତ ଅଲ୍ଲି ନିଜ ୨୦ ବର୍ଷିୟା ଝିଅ ରୁଖସାରର ବାହାଘର ଆସନ୍ତା ୩୦ ତାରିଖରେ କରିବାକୁ ଯାଉଛନ୍ତି ।ଆଉ ଏହି ଅବସରରେ ଇବାଦତ ଅଲ୍ଲି ହିନ୍ଦୁ ମୁସଲିମ ଭାଇଚାରାକୁ ପାଥେୟ କରି ନିଜ ଝିଅର ବାହାଘର କାର୍ଡ ଛାପିଥିଲେ । ଯେଉଁ କାର୍ଡରେ ରାମ ସୀତାଙ୍କର ଏକ ଫଟୋକୁ ସ୍ଥାନ ଦେଇଥିଲେ ଓ ଏହି କାର୍ଡକୁ ତାଙ୍କ ବନ୍ଧୁ ବର୍ଗକୁ ବାଣ୍ଟିଥିଲେ । କାର୍ଡରେ ରାମ ସୀତାଙ୍କ ଫଟୋ ଦେଖି ପ୍ରଥମେ ତାଙ୍କ ସଂପ୍ରଦାୟର ଲୋକମାନେ ନାପସନ୍ଦ କରିଥିଲେ । ହେଲେ ଏହାକୁ ଭୃକ୍ଷେପ ନକରି ଇବାଦତ ଅଲ୍ଲି କାର୍ଡରୁ ଫଟୋକୁ ହଟେଇନଥିଲେ ।ଇବାଦତ ଅଲ୍ଳି ଯେଉଁ ଗାଁରେ ରୁହନ୍ତି ସେଠାରେ ପାଖା ପାଖି ୧୮୦୦ ଲୋକ ବାସ କରନ୍ତି । ଆଉ ସେ ଗାଁର ଗୋଟିଏ ବୋଲି ମୁସଲିମ ପରିବାର । ଗାଁର ଏକତା ଏଭଳି ଯେ,ଇବାଦତ ଅଲ୍ଲିଙ୍କ ପରିବାର ସେଠାରେ କେବେବି ଅସୁରକ୍ଷିତ ମଣି ନାହାନ୍ତି । ଇବାଦତ କହିବା କଥା ହେଲା ସେ ଓ ତାଙ୍କ ପରିବାର ହୋଲି ଓ ଇଦ ଭଳି ପର୍ବକୁ ଗାଁର ଭାଇମାନଙ୍କ ସହ ମିଶିକି ପାଳନ କରନ୍ତି ।ଗାଁର ଲୋକମାନେ ମୋତେ ତାଙ୍କ ପରିବାର ସଦସ୍ୟ ବୋଲି ମାନୁଥିବାରୁ ସେଥିପାଇଁ ଝିଅ ବାହାଘର କାର୍ଡରେ ଭଗବାନ ରାମ ଓ ସୀତାଙ୍କ ଫଟୋକୁ ଛାପିଛି । ଆଉ ଗାଁର ସବୁ ହିନ୍ଦୁ ପରିବାରକୁ ନିମନ୍ତ୍ରଣ କରିଛି ମୋ ଝିଅ ବାହାଘରରେ ଉପସ୍ଥିତ ରହିବା ପାଇଁ । ଇବାଦତଙ୍କ ଏହି ମହନୀୟତା ପାଇଁ ସମଗ୍ର ଅଞ୍ଚଳ ବାସୀଙ୍କ ତରଫରୁ ତାଙ୍କ ପାଖକୁ ପ୍ରସଂଶାର  ସୁଅ ଛୁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.