Below header

ସିରିଏଲ ବିସ୍ଫୋରଣରେ ଥରିଲା ଶ୍ରୀଲଙ୍କା, ୧୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ

ଇଷ୍ଟର ରବିବାର ଅବସରରେ ଶ୍ରୀଲଙ୍କା ଏବଂ କଲୋମ୍ବର ସିଲସିଲେବାରରେ ବୋମା ବିସ୍ଫୋରଣ ସମସ୍ତଙ୍କୁ ଦୋହଲାଇ ଦେଇଛି। ମିଳିଥିବା ଖବର ମୁତାବକ, ଶ୍ରୀଲଙ୍କାରେ ମୋଟ ୫ ଟି ସ୍ଥାନରେ ସକାଳ ପ୍ରାୟ ୮:୪୫ ସମୟରେ ଆକ୍ରମଣ ହୋଇଛି । ଯେଉଁଥିରେ ୩ ଟି ଚର୍ଚ୍ଚରେ ଏବଂ ଅନ୍ୟ ୨ ଟି ହୋଟେଲରେ ସାମିଲ ରହିଛି । ଏହି ବିସ୍ଫୋରଣରେ ୧୫୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।

ତିନିଟି ଚର୍ଚ୍ଚ ଓ ତିନିଟି ହୋଟେଲରେ ବିସ୍ଫୋରଣ ହୋଇଛି । ୬ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ୫୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ ଜଣ ଆହତ ହୋଇଛନ୍ତି । କଲମ୍ବୋର ନେସନାଲ ହସ୍ପିଟାଲରେ ୨୮୦ରୁ ଅଧିକ ଲୋକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଇଷ୍ଟର ଚାଲିଥିବାରୁ ଚର୍ଚ୍ଚରେ ପ୍ରାର୍ଥନା ପାଇଁ ଲୋକେ ଏକାଠି ହୋଇଥିଲେ ।

କେଉଁଠାରେ ହୋଇଛି ବିସ୍ଫୋରଣ :

ରାଜଧାନୀ କଲୋମ୍ବର କୋଚ୍ଚିକେଡ୍ ଚର୍ଚ୍ଚରେ ପ୍ରଥମ ବୋମା ବିସ୍ଫୋରଣ ହୋଇଥିଲା । ସେହିପରି, କୋଚ୍ଚିକେଡରେ କୋଲମ୍ବୋରେ ସେଣ୍ଟ୍ ଏନ୍ଥୋନୀ ଚର୍ଚ୍ଚ, ବଟିକାଲୋଆ,ନେଗୋମବୋ ଛଡ଼ା ବିଭିନ୍ନ ହୋଟେଲରେ ଯଥା ଶାଙ୍ଗରୀ ଲା ଏବଂ କିଙ୍ଗସବରୀ ଆଦିରେ ବିସ୍ଫୋରଣ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.