ଯଦି ଆପଣଙ୍କ ପାଖରେ ରହିଛି ମାରୁତି ସୁଜୁକି କାର ତେବେ, ତୁରନ୍ତ ଉଠାନ୍ତୁ ମାଗଣା ସର୍ଭିସିଂର ଫାଇଦା

ନୂଆଦିଲ୍ଲୀ :ଯଦି ଆପଣଙ୍କ ପାଖରେ ମାରୁତି ସୁଜୁକି କାର ରହିଛି, ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଦେଶର ସବୁଠାରୁ ବଡ଼ କାର ନିର୍ମାତା କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଖାସ ଅଫର । ଗରମରେ ଆପଣଙ୍କ କାର ଏକଦମ ଫିଟ ରହୁ ସେହି କାରଣରୁ ମାରୁତି ସୁଜୁକି ମାଗଣା ସର୍ଭିସିଂ ଅଫର ଘୋଷଣା କରିଛନ୍ତି। ଏହି ଅଫର ଦେଶରେ ଥିବା ୨୨୦୦ଟି ସର୍ଭିସ ସେଣ୍ଟର ପାଇଁ ଲାଗୁ କରାଯାଇଛି।

maruti offer

ମାରୁତି ଏହି ଖାସ ଅଫର ନାମ ‘Summer Ready Vehicle Health Check’ ରଖାଯାଇଛି। ଏହି ମଗଣା ସର୍ଭିସିଂ ଅଫର ଏପ୍ରିଲ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୩୦ ପର‌୍ୟ୍ୟନ୍ତ ଚାଲିବ। ଏହି ଅଫରରେ କାରର କିଛି ବିଶେଷ ପାଟ୍ସର ଜାଞ୍ଚ ମଧ୍ୟ ମାଗଣା କରାଯିବ।

ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ସର୍ଭିସର ମୁଖ୍ୟ ପାର୍ଥ ବନାର୍ଜି କହିଛନ୍ତି, ମାରୁତି ସୁଜୁକିରେ ଦୈନିକ ୫୦ ହଜାରରୁ ଅଧିକ ଗାଡି ମାନଙ୍କର ସର୍ଭିସିଂ କରାଯାଇଥାଏ। ଗରମ ଦିନ ଆରମ୍ଭ ହେଉଥିବା ବେଳେ ଏୟାରକଣ୍ଡିସନର ଏବଂ ଅନ୍ୟନ୍ୟ ଇଲେକ୍ଟ୍ରିକାଲ ସିଷ୍ଟମ ଆଦିର ବ୍ୟବହାର ବଢ଼ିଯାଇଥାଏ। ଏଣୁ ଏହି ସମୟରେ ଗ୍ରାହକଙ୍କୁ ଗାଡି ଚଳାନା ବେଳେ କୌଣସି ପ୍ରକାରର ଅସୁବିଧା ନହେଉ ଏଣୁ ଏହି ଅଫର ଆରମ୍ଭ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.