ସାଓମୀ ଆଣିଲା ନୂଆ ସ୍ମାର୍ଟଫୋନ Mi 10 Ultra, ମିଳିବ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ

ସାଓମୀ ଲଞ୍ଚ କରିଛି ନୂଆ ସ୍ମାର୍ଟଫୋନ Mi 10 Ultra। ଏହା ଦୁନିଆର ସବୁଠାରୁ ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯାଇଛି। ଫୋନରେ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ମଧ୍ୟ ରହିଛି। ଏହି ଫୋନର ୮ ଜିବି ରାମ୍‌ ଏବଂ ୧୨୮ ଜିବି ଷ୍ଟୋରେଜର ଭାରିଅଣ୍ଟର ମୂଲ୍ୟ ୫୭ ହଜାର ଟଙ୍କା ରହିଥିବା ବେଳେ ୮ ଜିବି ରାମ୍‌ ଏବଂ ୨୫୬ ଷ୍ଟୋରେଜ ଫୋନର ମୂଲ୍ୟ ୬୦ ହଜାର ଟଙ୍କା ରହିଛି। ଫୋନର ଚାରିଟି ଭାରିଅଣ୍ଟରେ ଉପଲବ୍ଧ ହେଉଛି। ଫୋନର ବିକ୍ରି ୧୬ ଅଗଷ୍ଟରେ ଚୀନରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା କେବେ ଭାରତରେ ଉପଲବ୍ଧ ହେବ ତାହା ଜଣାପଡିନାହିଁ।

ସ୍ପେସିଫିକେସନ :

Mi 10 Ultra ଆଣ୍ଡ୍ରଏଡ ୧୦ MIUI 12 ରେ ମିଳିବ। ଫୋନରେ ୬.୬୭ ଇଞ୍ଚ ଫୁଲ୍‌ ଏଚଡି ପ୍ଲସ୍‌ OLED ଡିସପ୍ଲେ ରହିଛି। ଯାହାର ରିଫ୍ରେଶ ରେଟ120Hz ରହିଛି। ଫୋନରେ କ୍ୱାଲାକମ୍‌ ସ୍ନାପଡ୍ରାଗନ ୮୬୫ ପ୍ରୋସେସର, ୧୬ ଜିବି ରାମ ଏବଂ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ମିଳିବ। ଫୋନରେ ବିସି ଲ୍ଵିକିଡ କୁଲିଂ ସିଷ୍ଟମ ମଧ୍ୟ ରହିଛି।

Mi-10-Ultra_15

କ୍ୟାମେରା :

ଫୋନରେ କ୍ୱାଡ କ୍ୟାମେରା ସେଟଅପ୍‌ ରହିଛି। ଯେଉଁଥିରେ ମେନ କ୍ୟାମେରା ୪୮ ମେଗାପିକ୍ସେଲ ଏବଂ କଷ୍ଟମ ଇମେସ ସେନସର ସପୋର୍ଟ ରହିଛି। ଅନ୍ୟ ଲେନ୍ସରେ ୨୦ ମେଗାପିକ୍ସେଲ ଅଲ୍ଟ୍ଯା ଓ୍ଵାଇଡ ଆଙ୍ଗେଲ, ତୃତୀୟ ଲେନ୍ସରେ ୧୨ ମୋଗପିକ୍ସେଲ ପୋଟ୍ରେଟ ମୋଡ ରହିଛି। କ୍ୟାମେରାରେ ଏଣ୍ଟି ପ୍ଲିକର ଏବଂ ଲେଜର ଅଟୋ ଫୋକସ ମଧ୍ୟ ରହିଛି। ଏହି ଫୋନ ୮କେ ଭିଡିଓ ରେକର୍ଡ କରିବାରେ ମଧ୍ୟ ସକ୍ଷମ। ସେଲଫି ପାଇଁ ୨୦ ମେଗାପିକ୍ସେଲ କ୍ୟାମେରା ମଧ୍ୟ ରହିଛି।

ଫୋନରେ ଓ୍ଵାଇ-ଫାଇ, ବ୍ଲୁଟୁଥ, ୪ଜି, ୫ଜି ଏବଂ ୪୫୦୦mAh ବ୍ୟାଟେରୀ ରହିଛି। ଫୋନରେ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି। ମାତ୍ର ୨୩ ମିନିଟ୍‌ରେ ହେଇଯିବ। ଫୋନରେ ୫୦ ଓ୍ଵାଟ ପର୍ଯ୍ୟନ୍ତ େଓ୍ଵୟାରଲେସ ଚାର୍ଜିଂ ସପୋର୍ଟ ମିଳିବ। ଫୋନରେ ଫ୍ରିଙ୍ଗରପ୍ରିଣ୍ଟ ସେନସର, ଡୁଆଲ ଷ୍ଟେରିଓ ଏବଂ ୟୁଏସ୍‌ବି ଟାିପ ସି ଚାର୍ଜିଂ ସପୋର୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.