କରୋନା ମହାମାରୀକୁ ରୋକିବା ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ, କାନ୍ଥ ବାଡରେ ଚିତ୍ର ଆଙ୍କି କରାଯାଉଛି ସଚେତନତା

ମୟୂରଭଞ୍ଜ: କରୋନା ମହାମାରୀକୁ ରୋକିବା ପାଇଁ ଚାଲିଛି ଯୋରଦାର ପ୍ରୟାସ । ଏହାକୁ ନଜର ରଖିରେ ବିଭିନ୍ନ ସ୍ତରରେ ଚାଲିଛି ଲୋକଙ୍କୁ ସଚେତନା କରିବାର ନୂଆ ନୂଆ ଯୋଜନା। ଏହାରି ଭିତରେ ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିନବ ପ୍ରୟାସ ।

artନୂଆ ରୂପରେ ସଜେଇ ହେଉଛି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହର । କରୋନା ଦାଉରୁ କିଭଳି ରକ୍ଷା ମିଳିବ, ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ଏବଂ ଜିଲ୍ଲାର କଳା ଓ ସଂସ୍କୃତିକୁ ଚିତ୍ରକଳା ମାଧ୍ୟମରେ ଲୋକଙ୍କୁ ଅବଗତ କରିବାର ଅଭିନବ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସହରର ସମସ୍ତ କାନ୍ଥ ବାଡରେ ଚିତ୍ର ମାଧ୍ୟମରେ ଆରମ୍ଭ ହୋଇଛି ଏଭଳି ରଙ୍ଗୀନ୍ ପ୍ରୟାସ ।

mayurbhanjସଚେତନତା ବାର୍ତ୍ତା ସହ ସହରକୁ ସୁନ୍ଦର କରି ତୋଳିବାକୁ ଉଦ୍ୟମ କରିଛନ୍ତି ଜିଲ୍ଲାପାଳ । ଚିତ୍ର ଶୀଳ୍ପୀ ମାନେ ସହରର ସମସ୍ତ କାନ୍ଥ ଗୁଡିକୁ ନିଜ ତୂଳିରେ ରଙ୍ଗର ପରସା ନେଇ ଆଙ୍କି ଦେଇଛନ୍ତି । ସ୍ବଚ୍ଛ ଭାରତ ଅଭିଯାନ ଠାରୁ ଆରମ୍ଭ କରି, କରୋନା ସଚେତନତା ବାର୍ତ୍ତାକୁ ଚିତ୍ର ମାଧ୍ଯମରେ ଲୋକମାନଙ୍କୁ ଜଣାଉଛନ୍ତି । ଯାହା ନିହାତୀ ଏକ ପ୍ରଶଂସନୀୟ କାର୍ଯ୍ଯ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.