ରାଜ୍ୟରେ ଆଜି କରୋନା ନେଲା ଆଉ ୯ଜଣଙ୍କ ଜୀବନ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ

ଭୁବନେଶ୍ବର : ରାଜ୍ୟରେ ଆଜି ୯ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୦୫ରେ ପହଁଚିଛି। ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଥିବାବେଳେ, ରାୟଗଡାରୁ ୨ଜଣ ମୃତ୍ଯୁବରଣ କରିଛନ୍ତି । ଏହାସହିତ ଖୋର୍ଦ୍ଧା, ଅନୁଗୁଳ ଏବଂ ବାଲେଶ୍ବରରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ଯୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.