ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ଲଞ୍ଚ ହେବ RedmiBook ଲାପଟପ, ରହିଛି ଶସ୍ତା ଦାମ

ସ୍ମାର୍ଟଫୋନ ବଜାରରେ ଜିଓମି ନିଜର ଦମଦାର ଫୋନ ତଥା ଫିଚର୍ସକୁ ନେଇ ସବୁବେଳେ ରହିଥାଏ ଚର୍ଚ୍ଚାରେ। ଜିଓମି ଏବେ ଭାରତୀୟ ବଜାରରେ ନିଜର ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବାକୁ ଯାଉଛି। ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏବେ ଜିଓମି ତରଫରୁ ନୂଆ ଲାପଟପ ଲଞ୍ଚ ହେବାକୁ ଯାଉଛି। ମଙ୍ଗଳବାର Redmi ଇଣ୍ଡିଆ ପକ୍ଷରୁ ଜିଓମି ନିଜର ସବ-ବ୍ରାଣ୍ଡ RedmiBook  ଲାପଟପ ଟିଜ କରିଛି। ଏହାକୁ ଖବୁ ଶୀଘ୍ର ଦେଶରେ ଲଞ୍ଚ କରାଯିବ।

ଏହା ପୂର୍ବରୁ Mi Notebook 1 ଏବଂ Notebook Horizon  ଲଞ୍ଚ ହୋଇଛି। ଏହାକୁ ଗ୍ରାହକ ମାନେ ମଧ୍ୟ ଖୁବ ପସନ୍ଦ କରିଥିଲେ। ଏହାକୁ ଦୃଷ୍ଟିରେ ରଖି Redmi ନିଜର ଲାପଟପ ଲଞ୍ଚ କରିବ । Redmi ଏବେ Realme Book  ଏବଂ ​​Realme ଲାପଟପକୁ ଟକ୍କର ଦେବ। ତେବେ ଏହାର ଦାମ ୪୦,୦୦୦ ଟଙ୍କା ରଖାଯାଇଛି। ସୂଚନା ଅନୁଯାୟୀ ଏହା ଅଗଷ୍ଟ ଶେଷକୁ ଭାରତରେ ଲଞ୍ଚ ହେବ।

ଏହାପୂର୍ବରୁ ଜିଓମି ଗତ ମାସରେ Mi Notebook Pro X 15  ଲାପଟପ ଚୀନରେ ଲଞ୍ଚ କରିଥିଲା। ଏହି ଲାପଟପରେ ଓଲ୍ଡ ଡିସପ୍ଲେ, ୟୁନିବର୍ଡି ଆଲୁମିନିୟମ ଡିଜାଇନ ଏବଂ 11th ଜେନେରେସନ ଇଣ୍ଟେଲ କୋର ପ୍ରୋସେସର ରହିଛି। ଏଥିରେ Nvidia GeForce RTX 3050 Ti ଗ୍ରାଫିକ୍ସ ଲେନ୍ସ ରହିଛି। ଯାହା ସାହାଯ୍ୟରେ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.