ରାତିରେ ଖାଲି ପେଟରେ ଶୋଉଥିଲେ ସାବଧାନ! ଦେଖାଦେଇପାରେ ଏସବୁ ଗମ୍ଭୀର ସମସ୍ୟା

ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଠିକ୍‌ ସମୟରେ ଖାଇବା ପିଇବା ନିତାନ୍ତ ଜରୁରୀ। କୁହାଯାଏ, ସକାଳ ଭୋଜନ ରାଜା ଭଳି, ମଧ୍ୟାହ୍ନ ଭୋଜନ ରାଜକୁମାର ଭଳି ଓ ରାତିର ଭୋଜନ ଗରିବ ଭଳି ଖାଇବା ଉଚିତ। ଅର୍ଥାତ୍‌ ସକାଳର ପ୍ରଥମ ଖାଦ୍ୟ ସବୁବେଳେ ଉତ୍ତମ ପୋଷକ ତତ୍ତ୍ୱଯୁକ୍ତ ତଥା ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍‌। ସେହିଭଳି ଲଞ୍ଚ୍‌ରେ ସାଧାରଣ ଭାବେ ଓ ରାତିରେ ଖୁବ୍‌ ସ୍ୱଳ୍ପ ମାତ୍ରାରେ ଖାଇବା ଉଚିତ। ଫଳରେ ପାଚନ ଠିକ୍‌ ଭାବେ ହେବ।

କିନ୍ତୁ କିଛି ଲୋକ ଓଜନ କମ୍‌ କରିବା ପାଇଁ ରାତିରେ ଖାଲି ପେଟରେ ଶୋଇପଡ଼ନ୍ତି। ଯଦି ଆପଣ ବି ସେଭଳି କରୁଥାନ୍ତି ତେବେ ଏହା ବିପଜ୍ଜନକ ହୋଇପାରେ। ଆସନ୍ତୁ ଜାଣିବା ରାତିରେ ଖାଲି ପେଟରେ ଶୋଇଲେ କି କି ସମସ୍ୟା ଦେଖାଦିଏ…

  • ରାତିରେ କିଛି ନ ଖାଇ ଶୋଇଲେ ଭୋକ ହୋଇପାରେ। ଫଳରେ ଦେହ ଖରାପ ହୋଇପାରେ।
  • ରାତିରେ ଭୋକିଲା ଶୋଇଲେ ଶରୀରରେ ନ୍ୟୁଟ୍ରିସନ୍‌ କମିଯାଏ। ଫଳରେ ରୋଗାଗ୍ରସ୍ତ ହୋଇପାରନ୍ତି।
  • ରାତିରେ ଖାଲି ପେଟରେ ଶୋଇଲେ ପ୍ରବଳ ଭୋକ ହୁଏ। ଫଳରେ ସକାଳୁ ବ୍ୟକ୍ତି ଅଧିକ ଖାଇଦିଅନ୍ତି। ଏହା ଫଳରେ ଓଜନ ପ୍ରଭାବିତ ହୁଏ।
  • ରାତିରେ ଉପାସ ଶୋଇଲେ ମେଟାବଲିଜିମ୍‌ ଉପରେ ଖରାପ ପ୍ରଭାବ ପଡ଼େ। ଏଥିସହ କୋଲୋଷ୍ଟ୍ରୋଲ ଓ ଥାଇରଏଡ୍‌ ଲେବଲ ବି ବିଗିଡ଼ି ଯାଏ।
  • ରାତିରେ ଖାଲି ପେଟରେ ଶୋଇଲେ ମାଂସପେଶୀ ଦୁର୍ବଳ ହୋଇଯାଏ।
  • ଏଥିସହ ଏସିଡିଟି ସମସ୍ୟା ବି ଦେଖାଦିଏ। ଏଣୁ ରାତିରେ କିଛି ନା କିଛି ଖାଇକି ହିଁ ଶୁଅନ୍ତୁ। ସୁସ୍ଥ ରହିବେ। କିଛି ନହେଲେ ବି ପ୍ରଚୁର ପାଣି ପିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.