ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା ଅଭିଯୋଗ

କେନ୍ଯୁଜ (ବ୍ଯୁରୋ) : ସୈତାନ ସ୍ୱାମୀ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଢେଙ୍କାନାଳ ଟାଉନ ଥାନା ବାଜିଚୈକ ଛକ ନିକଟରେ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ମମତା ବେହେରା । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ସତ୍ୟବ୍ରତ ମହାଳିକ ଥାନାରେ ଆତ୍ମସମର୍ପଣ କରିଛି ।

ସୂଚନାନୁଯାୟୀ, ସତ୍ୟବ୍ରତ ସେନା ବାହିନୀରେ ଚାକିରୀ କରନ୍ତି । ତାଙ୍କ ପରିବାର ସହ ବାଜିଚୈକରେ ଭଡା ଘରେ ରହୁଥିଲେ। ଗତ ୧୦ଦିନ ତଳେ ଛୁଟିରେ ଆସିଥିଲେ । ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିଲା। ଆଜି ଝଗଡା ଉଗ୍ର ରୂପ ନେବାରୁ ସତ୍ୟବ୍ରତ ଏକ ରଡ୍‌ରେ ସ୍ତ୍ରୀକୁ ଆକ୍ରମଣ କରିଥିଲେ । ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.