ନିଷ୍ପାପ ଶିଶୁର ନିଃସ୍ଵାର୍ଥ ଭକ୍ତି: ବର୍ଷାରେ କାଳେ ଭିଜିଯିବେ ଠାକୁର, ଛତା ଦେଖାଇ ଠିଆ ହୋଇଛି କୁନି ପିଲାଟି

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଏଭଳି ଫଟୋ ଦେଖିବାକୁ ମିଳେ, ଯାହା ମନକୁ ଛୁଇଁଯାଏ। ଏବେ ସେଭଳି ଏକ ଖୁବ୍‌ ସୁନ୍ଦର ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ଟିକେ ଭାବୁକ ହୋଇଯିବେ। ଏହି ଫଟୋକୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସେୟାର କରିଛନ୍ତି।

ସ୍ମୃତି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଏକ କୁନି ପିଲାଟି କୃଷ୍ଣଙ୍କ ମୂର୍ତ୍ତି ଉପରେ ଛତା ଧରି ଠିଆ ହୋଇଥିବା ଦେଖାଯାଇଛି। ଠାକୁର ଓଦା ହୋଇଯିବେ ଭାବି ସେ ନିଜ ଛତାକୁ ଠାକୁରଙ୍କ ଉପରେ ଧରି ଠିଆ ହୋଇଛି।

 

View this post on Instagram

 

A post shared by Smriti Irani (@smritiiraniofficial)

ଫଟୋ ସେୟାର କରି ସ୍ମୃତି ଇରାନୀ ଲେଖିଛନ୍ତି- #devotion 🙏

ଏହି ଫଟୋରେ ଛୋଟ ଛୁଆଟି କୃଷ୍ଣଙ୍କ ମୂର୍ତ୍ତିକୁ ଜଣେ ଜୀବନ୍ତ ଦେବତା ଭାବି ଦେଇଛି। ଏଣୁ କାଳେ ସେ ବର୍ଷାରେ ଭିଜି ଯିବେ ତେଣୁ ସେ ନିଜ ମୁଣ୍ଡରୁ ଛତା କାଢ଼ି ନେଇ ଠାକୁରଙ୍କ ମୁଣ୍ଡରେ ଦେଖାଇଛି। ଫଟୋରେ ଛୁଆଟିର ମୁହଁରୁ ଜଣାପଡ଼ୁଛି ଯେ ସେ ଭାରି ଚିନ୍ତିତ ଅଛି। ଏମିତି କି ତା ନିଜ ପାଦରେ ବି ଚପଲ ନାହିଁ। କିନ୍ତୁ ନିଜ କଥା ନ ଭାବି ଛୁଆଟି ଦୀର୍ଘ ସମୟ ଯାଏଁ ଛତା ଧରି ଠିଆ ହୋଇଥିଲା।

କେହି ଜଣେ ଏହି ସୁନ୍ଦର ଦୃଶ୍ୟକୁ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏବେ ଯାଏଁ ଏହି ଫଟୋରେ ୫୩ ହଜାରରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୫୦୦ ରୁ ଊର୍ଦ୍ଧ୍ୱ ଲୋକ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.