ବଜେଟରେ ଆଣି ପାରିବେ ୨୦୦MP ପ୍ରାଇମେରୀ କ୍ୟାମେରାର ଏହି ସ୍ମାର୍ଟଫୋନ, ଜାଣନ୍ତୁ ଲିଷ୍ଟ

ଆମେ ଆପଣଙ୍କୁ ଏପରି କିଛି ସ୍ମାର୍ଟଫୋନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ୨୦୦MP ପ୍ରାଇମେରୀ କ୍ୟାମେରା ପାଇବେ । ଏହି ସ୍ମାର୍ଟଫୋନଗୁଡ଼ିକର ଦାମ ମିଡ୍‌ ରେଞ୍ଜରେ ରହିଛି ତେଣୁ ଆପଣଙ୍କୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ ।

ବର୍ତ୍ତମାନ ଅନେକ ଇ-କମର୍ସ ସାଇଟରେ ଫେଷ୍ଟିଭ ସେଲ୍‌ ଚାଲିଛି । ଏନେଇ ବିଭିନ୍ନ ଗ୍ୟାଜେଟ ଉପରେ ମଧ୍ୟ ଭଲ ଡିସକାଉଣ୍ଟ ମିଳୁଛି । ତେବେ ଆମେ ଆପଣଙ୍କୁ ଏପରି କିଛି ସ୍ମାର୍ଟଫୋନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ୨୦୦MP ପ୍ରାଇମେରୀ କ୍ୟାମେରା ପାଇବେ । ଏହି ସ୍ମାର୍ଟଫୋନଗୁଡ଼ିକର ଦାମ ମିଡ୍‌ ରେଞ୍ଜରେ ରହିଛି ତେଣୁ ଆପଣଙ୍କୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ ।

ପ୍ରଥମ ଲିଷ୍ଟରେ ରହିଛି ସାମସଙ୍ଗ । ସାମସଙ୍ଗ ଏହାର ଗାଲାକ୍ସି S23 ସ୍ମାର୍ଟଫୋନରେ ୨୦୦MP କ୍ୟାମେରା ଦେଉଛି । ତେବେ ଏହି ସ୍ମାର୍ଟଫୋନର ଦାମ୍‌ ଅନୁସାରେ ଏହାକୁ ଯେକୌଣସି ବ୍ୟକ୍ତି କିଣି ପାରିବେ । ଏହି ଫୋନର ଦାମ୍‌ ୧ ଲକ୍ଷରୁ ଅଧିକ ରହିଛି । ତେବେ ଆମେ ଆପଣଙ୍କୁ କିଛି ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ୨୦୦MPର ପ୍ରାଇମେରୀ କ୍ୟାମେରା ମିଳୁଛି ।

realme 11 Pro Plus: realme 11 Pro Plus 5G ସ୍ମାର୍ଟଫୋନର ଦାମ୍‌ ମାତ୍ର ୨୫,୯୯୯ ଟଙ୍କା । ଏହି ମୋବାଇଲ ଫୋନ ସହିତ ଏସବିଆଇ କାର୍ଡରେ ୧୦୦୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି । ଫୋନରେ ଆପଣ OIS ସପୋର୍ଟ ସହିତ ୫୦୦୦ mAh ବ୍ୟାଟେରୀ ଏବଂ ୨୦୦MPର ପ୍ରାଇମେରୀ କ୍ୟାମେରା ପାଇପାରିବେ । ସ୍ମାର୍ଟଫୋନ୍ ମିଡିଆ ଟେକ୍ ଡାଇମେନନିଟି ୭୦୫୦ ପ୍ରୋସେସରରେ କାମ କରେ । ଏହି ଫୋନରେ ଏକ କର୍ଭଡ ଡିସପ୍ଲେ ମିଳିଥାଏ ଯାହା ସ୍ମାର୍ଟଫୋନକୁ ଏକ ପ୍ରିମିୟମ୍ ଲୁକ୍ ଦେଇଥାଏ ।

redmi note 12 pro plus 5g : ଆପଣ ଆମାଜନରୁ ୨୭,୯୯୦ ଟଙ୍କାରେ redmi note 12 pro plus କିଣି ପାରିବେ । ଏଥିରେ ଆପଣ ୫୦୦୦mAh ବ୍ୟାଟେରୀ, ମିଡିଆ ଟେକ୍ ଡାଇମେନସିଟି ୧୦୮୦ ପ୍ରୋସେସର ଏବଂ ୨୦୦MP ପ୍ରାଇମେରୀ କ୍ୟାମେରା ପାଇପାରିବେ । ଆପଣ ଏହି ଫୋନ୍ କୁ ତିନୋଟି କଲର ଅପ୍ସନରେ କିଣିପାରିବେ ।

Honor 90: ଦୀର୍ଘ ଦିନ ପରେ Honor ଭାରତରେ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଆପଣ ଫ୍ଲିପକାର୍ଟରୁ ୨୯,୪୯୦ ଟଙ୍କାରେ Honor 90 କିଣିପାରିବେ । ବର୍ତ୍ତମାନ ଏସବିଆଇ କ୍ରେଡିଟ କାର୍ଡରେ ସ୍ମାର୍ଟଫୋନରେ ୧୦୦୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି । ମୋବାଇଲ୍ ଫୋନରେ ଆପଣ ୫୦୦୦mAh ବ୍ୟାଟେରୀ ଏବଂ ୨୦୦MP ପ୍ରାଇମେରୀ କ୍ୟାମେରା ପାଇପାରିବେ ଯାହା ଦମଦାର ଫଟୋ କ୍ୟାପଚର୍ କରିଥାଏ ।

Infinix Zero Ultra : ଆପଣ Infinix Zero Ultra ସ୍ମାର୍ଟଫୋନରେ ୨୦୦MP କ୍ୟାମେରା ଦିଆଯାଇଛି ଏବଂ ଏହାର ଦାମ୍‌ ହେଉଛି ୨୯,୯୯୯ ଟଙ୍କା । ଏହି ଫୋନରେ ୧୦୦୦ ଟଙ୍କାର ଡିସକାଉଣ୍ଟ ମଧ୍ୟ ଦିଆଯାଉଛି । ମୋବାଇଲ୍ ଫୋନରେ ୩୨MPର ଫ୍ରଣ୍ଟ କ୍ୟାମେରା, ମିଡିଆଟେକ ଡାଇମେନସିଟି ୯୨୦ ପ୍ରୋସେସର ଏବଂ ୪୫୦୦mAhର ବ୍ୟାଟେରୀ ଦିଆଯାଇଛି ।
ଆପଣ ଏହି ଫୋନ କିଣି ଦମଦାର ଫଟୋ ଉଠାଇ ପାରିବେ ଏବଂ ଏଥିରେ ଦିଆଯାଇଥିବା ଷ୍ଟୋରେଜ୍‌ ଦ୍ୱାରା ଅନେକ ଫଟୋ ରଖିପାରିବେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.