Below header

ଧୁମଧାମ୍ ରେ ଝିଅର ଜନ୍ମଦିନ ପାଳିଲେ ରଣବୀର ଓ ଆଲିଆ

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ ରାହା କପୁରଙ୍କୁ ବର୍ଷେ ପୂରିଲା। ୬ ନଭେମ୍ବରରେ ଆଲିଆ ରଣବୀର ନିଜ ଝିଅର ଜନ୍ମଦିନ ବିଶେଷ ଭାବରେ ପାଳନ କରିଛନ୍ତି । ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଝିଅ ରାହାର ବାର୍ଥ ଡେ ସେଲିବ୍ରେସନର ଅନେକ ଫଟୋ ସେୟାର କରିଛନ୍ତି ।

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ ରାହା କପୁରଙ୍କୁ ବର୍ଷେ ପୂରିଲା। ୬ ନଭେମ୍ବରରେ ଆଲିଆ ରଣବୀର ନିଜ ଝିଅର ଜନ୍ମଦିନ ବିଶେଷ ଭାବରେ ପାଳନ କରିଛନ୍ତି । ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଝିଅ ରାହାର ବାର୍ଥ ଡେ ସେଲିବ୍ରେସନର ଅନେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରାହା ନିଜ ମମ୍ମି ପାପାଙ୍କ ସହ ପୂଜା କରିଥିବାର ନଜର ଆସିଛି ।

ସେହିଭଳି ଅନ୍ୟ ଏକ ଫଟୋରେ ରାହା କେକରେ ଖେଳୁଥିବାର ଦେଖାଯାଇଛି । ଆଲିଆ ଏହି ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି- ‘ହାପି ବାର୍ଥ ଡେ ବେବି ଟାଇଗର’। ଏହି ଜନ୍ମଦିନରେ ଉଭୟ ଆଲିଆ ଓ ରଣବୀରଙ୍କ ପରିବାର ସାମିଲ ହୋଇଥିଲେ । ରାହାଙ୍କ ମାଉସୀ ସହୀନ ବାର୍ଥ ଡେ କେକର ଫଟୋ ସେୟାର କରିଛନ୍ତି ।

ଏହି ଅବସରରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ବି-ଟାଉନରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ ମଧ୍ୟ କରିଥିଲେ । ଯେଉଁଥିରେ ସୁହାନା ଖାନ, କରୀନା କପୁର, ପୂଜା ଭଟ୍ଟ ଏବଂ ଶାହିନ ଭଟ୍ଟଙ୍କ ଭଳି ଷ୍ଟାରମାନେ ପହଞ୍ଚିଥିଲେ । ସମସ୍ତେ ଏହି ପାର୍ଟିରେ ଖୁବ ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ।ଆଲିଆ ଓ ରଣବୀରଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହି ଜନ୍ମଦିନ ପାର୍ଟିରୁ ରାହାଙ୍କର ଏପର୍ଯ୍ୟନ୍ତ କୌଣସି ଫଟୋ ସାମ୍ନାକୁ ଆସି ନାହିଁ ।

ରାହାଙ୍କ ଜନ୍ମଦିନରେ ଜେଜେମା ନିତୁ କପୁର ଏବଂ ଆଇ ସୋନି ରାଜଦାନ ମଧ୍ୟ ଖୁବ ମସ୍ତି କରିଛନ୍ତି, ଯାହାର ଫଟୋ ନିତୁ ନିଜ ଇନଷ୍ଟଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି । କିନ୍ତୁ ରାହା କପୁରଙ୍କ ଜନ୍ମଦିନ ପାଳନ କରିବାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରାହାଙ୍କ ଜନ୍ମଦିନ ପାଇଁ କେକ ଏବଂ କୁକିଜ ନେଉଥିବାର ନଜର ଆସିଛି । ଏହି କେକ ଓ କପ୍ କେକ୍ ଉପରେ ରାହାଙ୍କ ନାମ ଲେଖାହୋଇଛି । ଯାହାକୁ ଦେଖି ପାପରାଜୀ ଖୁବ ଏକ୍ସସାଇଟେଡ ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ, ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଗତ ବର୍ଷ ଏପ୍ରିଲ ୧୪ ରେ ବିବାହ କରିଥିଲେ । ଉଭୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ରଣବୀର କପୁର ଏବଂ ଆଲିଆ ବିବାହର କିଛି ମାସ ପରେ ପ୍ରେଗନେନ୍ସି ଘୋଷଣା କରିଥିଲେ । ଏହି ଖବର ଦେଖି ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତା’ପରେ ନଭେମ୍ବର ୬ ରେ ଆଲିଆ ଝିଅ ରାହା କପୁରଙ୍କୁ ଜନ୍ମ ଦେଇଥିଲେ ।

ଏପର୍ଯ୍ୟନ୍ତ ରଣବୀର ଏବଂ ଆଲିଆ ଝିଅ ରାହା କପୁରଙ୍କ ଚେହେରା ଦେଖାଇନାହାଁନ୍ତି । ଆଲିଆ ଭଟ୍ଟ ଓ ରଣବୀର କପୁର ଝିଅ ରାହାଙ୍କ ଫାଷ୍ଟ ବାର୍ଥ ଡେ ଖୁବ ଧୂମଧାମରେ ସେଲିବ୍ରେଟ କରିଛନ୍ତି ଏବେ ଫ୍ୟାନ୍ସ ରାହାଙ୍କ ଫଟୋ ଦେଖିବା ପାଇଁ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.