ସରକାରୀ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ୧୦ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

SAIL ରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଖୁସି ଖବର । ଏଠାରେ ଆଟେଣ୍ଟାଣ୍ଟ କମ୍‌ ଟେକ୍ନିସିଆନ ପଦବୀ ପଡିଛି ଖାଲି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଲିଖିତ ପରୀକ୍ଷା ଦେଇ ପାଇପାରିବେ ଚାକିରି ।

ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ(SAIL) ରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଖୁସି ଖବର । ଏଠାରେ ଆଟେଣ୍ଡାଣ୍ଟ କମ୍‌ ଟେକ୍ନିସିଆନ ପଦବୀ ପଡିଛି ଖାଲି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ୨୫ ନଭେମ୍ବର ସୁଦ୍ଧା ଅଫିସିଆଲ ୱେବସାଇଟ cellcareers.com କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ନୋଟିଫିକେସନ ମୁତାବକ, ଏହି ପଦବୀରେ ନିଯୁକ୍ତ ପ୍ରାର୍ଥୀ ୨ ବର୍ଷ ଅବଧି ଯାଏଁ ପ୍ରଶିକ୍ଷଣ ଦିଆଯିବ । ଏହାପରେ ୧ବର୍ଷ ପାଇଁ ପ୍ରୋବେସନରେ ରଖାଯିବ । ଏଥିରେ ସଫଳ ହେଲେ ପ୍ରାରମ୍ଭିକ ଗ୍ରେଡରେ ନିୟମିତ କରାଯିବ ।

ପଦବୀ ବିବରଣୀ ୮୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୫ ନଭେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମ ବୋର୍ଡ ପାସ୍‌ କରିଥିବା ଜରୁରୀ । ଏହାସହିତ ଏକ ବର୍ଷ ପାଇଁ ଟ୍ରେନିଂ ନେଇଥିବା ଜରୁରୀ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୮ ବର୍ଷ ଭିତରେ ହୋଇଥିବା ଜରୁରୀ । ଓବିସି ଶ୍ରେଣୀ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ୩ ବର୍ଷ ଏବଂ ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଦିବ୍ୟାଙ୍କ ପାଇଁ ୧୦ ବର୍ଷ ଛାଡ୍‌ ମିଳିବ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ, EWS ପ୍ରାର୍ଥୀ ୩୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟମାନେ ମାତ୍ର ୧୦୦ ଟଙ୍କା ଦେଇ ଆବେଦନ କରିପାରିବେ । ତେବେ ଆବେଦନ ଶୁଳ୍କ ଅନଲାଇନ ମାଧ୍ୟମରେ ହେବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସ୍କିଲ ଟେଷ୍ଟ ଆଧାରରେ ହେବ । ଲିଖିତ ପରୀକ୍ଷା ଅବଜେକ୍ଟିଭ ଏବଂ ସିବିଟି ମୋଡରେ ହେବ ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ cellcareers.com କୁ ଯାଆନ୍ତୁ ।
ଲଗଇନ୍‌ ଉପରେ କ୍ଲିକ୍‌ କରିବା ପରେ ନିଜକୁ ରେଜିଷ୍ଟ୍ରେସନ କରନ୍ତୁ ।
ଏହାପରେ ପଦବୀ ଅନୁସାରେ ଫର୍ମ ପୂରଣ କରି ଦସ୍ତାବିଜ ଅପଲୋଡ କରନ୍ତୁ ।
ଫର୍ମ ଜମା କରିବା ପରେ ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.