ନିର୍ବାଚନ ବେଳେ ନକ୍ସଲ ହମଲା, ଦୁଇ ପୋଲିଂ କର୍ମଚାରୀଙ୍କ ସହ ଜଣେ ବିଏସଏଫ କନଷ୍ଟେବଲ ଆହତ

ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଚାଲିଛି । ଏପରିସ୍ଥିତିରେ ଏହି ହମଲା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି ।

ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ହୋଇଛି ନକ୍ସଲ ହମଲା । ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଚାଲିଛି । ଏପରିସ୍ଥିତିରେ ଏହି ହମଲା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ସୁକମାରେ ଆଇଇଡି ବିସ୍ଫୋରଣରେ ଜଣେ CRPF କମାଣ୍ଡୋ ଆହତ ହୋଇଛନ୍ତି । ଗତକାଲି ପୋଲିଂ ପାର୍ଟି ଉପରେ ନକ୍ସଲ ଆକ୍ରମଣ ହୋଇଥିଲା। ଛତିଶଗଡ଼ର କାଙ୍କେର ଠାରେ ଆଇଇଡି ବିସ୍ଫୋରଣରେ ଦୁଇ ପୋଲିଂ କର୍ମଚାରୀଙ୍କ ସହ ଜଣେ ବିଏସଏଫ କନଷ୍ଟେବଲ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ପୋଲିସ କହିଛି ଯେ ଜିଲ୍ଲାର ଛୋଟେବେଟିଆ ପୋଲିସ ଷ୍ଟେସନ ଅଞ୍ଚଳରେ ବିଏସଏଫ ଯବାନ ଚନ୍ଦ୍ରପ୍ରକାଶ ସେଓ୍ଵାଲ ଏବଂ ମତଦାନ ଦଳର ଦୁଇଜଣ ସଦସ୍ୟ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ ସୋମବାର ଦିନ ଛୋଟେବେଟିଆ ଥାନା ଅଞ୍ଚଳର ବିଏସଏଫ ଏବଂ ଜିଲ୍ଲା ଫୋର୍ସର ଏକ ମିଳିତ ଟିମ୍‌ ୪ଟି ମତଦାନ ଟିମକୁ ନେଇ ମରବେଡା କ୍ୟାମ୍ପରୁ ରେଙ୍ଗାଘାଟୀ ରେଙ୍ଗାଗୋନ୍ଦି ମତଦାନ କେନ୍ଦ୍ରକୁ ଯାଉଥିଲା । ଯେତେବେଳେ ଏହି ଟିମ୍ ରେଙ୍ଗାଗୋନି ଗାଁ ନିକଟରେ ପହଞ୍ଚିଲା ସେତେବେଳେ ବିଏସ୍ଏଫ୍ କନଷ୍ଟେବଳ ଏବଂ ମତଦାନ ଦଳର ଦୁଇଜଣ ସଦସ୍ୟ ପ୍ରେସର ବୋମା ମାଡ଼ରେ ଆହତ ହୋଇଥିଲେ ।

କୁହାଯାଉଛି ଯେ ଘଟଣା ପରେ ଆହତ ସୈନିକ ଏବଂ ମତଦାନ ଦଳର ସଦସ୍ୟଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କୁ ଛୋଟେବେଟିଆରେ ଚିକିତ୍ସା କରାଯାଉଛି ଏବଂ ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ୱାଭାବିକ ଅଛି । ମତଦାନ ଦଳ ଏବଂ ସୁରକ୍ଷା ବାହିନୀର ଅନ୍ୟ ସଦସ୍ୟମାନେ ରେଙ୍ଗାଗୋଦି ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବାହିନୀ ସହିତ ମତଦାନ ଦଳକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.