Below header

ଏହି ସଂକେତରୁ ଜାଣନ୍ତୁ ଆପଣଙ୍କ ଫୋନ ହ୍ୟାକ ହୋଇଛି ନା ନାହିଁ

ଟେକ୍ନୋଲୋଜିର ଏହି ଦୁନିଆରେ ସବୁ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। କାରଣ ସ୍ମାର୍ଟଫୋନରେ ଲୋକମାନେ ନିଜର ଗୁରୁତ୍ୱପୂର୍ଣ୍ଣ କାଗତପତ୍ର, ଫଟୋ ଏବଂ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର ଭଳି ଅନେକ ଜରୁରୀ ବିବରଣୀ ଷ୍ଟୋର କରି ରଖନ୍ତି। କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ସ୍ମାର୍ଟଫୋନ ହ୍ୟାକ୍‌ ହୋଇଯାଏ। ଯେଉଁ କାରଣରୁ ଲୋକଙ୍କର ବ୍ୟକ୍ତିଗତ ଡାଟା ଲିକ୍‌ ହୋଇଯାଇଥାଏ। କିନ୍ତୁ ଅଧିକାଂଶ ଲୋକ ଏହି ବିଷୟାର ଜାଣିପାରନ୍ତି ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ ପାଞ୍ଚଟି ସଂକେତ ବିଷୟରେ ଜଣାଇବୁ, ଯାହା ସାହାଯ୍ୟରେ ଆପଣ ଜାଣିପାରିବେ ଆପଣଙ୍କ ଫୋନ ହ୍ୟାକ ହୋଇଛି କି ନାହିଁ। ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚ ସଂକେତ ବିଷୟରେ।

ଫୋନର ବ୍ୟାଟେରୀ ବହୁତ ଜଲଦି ଶେଷ ହେବା

ଯଦି ଆପଣଙ୍କ ଫୋନ ଅନେକ ଦିନ ଧରି ବହୁତ ଜଲଦି ଶେଷ ହୋଇଯାଉଛି ତେବେ ଜାଣିରଖନ୍ତୁ ଆପଣଙ୍କ ଫୋନର ଡିଭାଇସରେ ସ୍ପାଇ ଆପ୍‌ ଇନଷ୍ଟଲ ରହିଛି। ଏହି ଆପ୍‌ ଆପଣଙ୍କ ଡିଭାଇସରେ ଥିବା ରିସୋରସେସ୍‌ ଜରୀଆରେ ଜରୁରୀ ଡାଟାକୁ ସର୍ଭର ପର୍ଯ୍ୟନ୍ତ ପହଁଚାଇଥାଏ, ଯାହାର ପ୍ରଭାବ ବ୍ୟାଟେରୀ ଉପରେ ପଡିଥାଏ।

phoneଅଜ୍ଞାତ ଏସଏମଏସ

ଅନେକ ଥର ଏମିତି ହୁଏ ଯେ ଆପଣଙ୍କ ପାଖକୁ ଅଜଣା ନମ୍ବରରୁ ମେସେଜ୍‌ ଆସିଥାଏ କିମ୍ବା ଆପଣଙ୍କ ଫୋନରୁ ଆପେ ଆପେ ମେସେଜ୍‌ ଚାଲିଯାଏ। ତେବେ ଏହିଭଳି ସ୍ଥିତି ଯଦି ହୋଇଥାଏ ତେବେ ଆପଣଙ୍କ ଫୋନ ହ୍ୟାକ୍‌ ହୋଇଛି ବୋଲି ଜାଣନ୍ତୁ, ଏହି କାମ କେବଳ ହ୍ୟାକର୍ସଙ୍କର ହୋଇଥାଏ। ଯଦି ଆପଣ ଏହାଠାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଭୂଲରେ ମଧ୍ୟ ମେସେଜ୍‌ ଆସିଥିବା ଲିଙ୍କ ଉପରେ କ୍ଲିକ କରି ଓପନ କରନ୍ତୁ ନାହିଁ ଏବଂ ତୁରନ୍ତ ଏହି ମେସେଜକୁ ଡିଲିଟ୍‌ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଫୋନ ହ୍ୟାକ ହୋଇପାରିବ ନାହିଁ।

ସ୍ମାର୍ଟଫୋନ ଗରମ ହେବା

virusଆପଣ ପ୍ରାୟ ସମୟରେ ନୋଟିସ୍‌ କରିଥିବେ ଆପଣଙ୍କ ଫୋନ ଆପେ ଆପେ ଗରମ ହୋଇଯାଏ କିମ୍ବା କିଛି ଦେଖୁଥିଲେ ସଙ୍ଗେ ସଙ୍ଗେ ଗରମ ହୋଇଯାଏ। କିନ୍ତୁ ଥରେ ଭାବିଛନ୍ତି ଏମିତି କାହିଁକି ହୋଇଥାଏ ? ଏମିତି ହେବାର କାରଣ ହେଉଛି ଫୋନର ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା ଭାଇରସ୍‌ ଆପ୍‌। ଏହି ଆପ୍‌ ଲଗାତର କାମ କରିଥାଏ ଏବଂ ୟୁଜର୍ସଙ୍କ ଡାଟାକୁ ନିଜ ସର୍ଭରକୁ ଟ୍ରାନସଫର କରିଥାଏ।

ସ୍ମାର୍ଟଫୋନର ସ୍ପୀଡ୍‌

ଭାଇରସ ଆପ କିମ୍ବା ମ୍ୟାଲିସିୟସ ଆପ କାରଣରୁ ସ୍ମାର୍ଟଫୋନର ସ୍ପୀଡ କମିଯାଇଥାଏ। ଏହି ଆପ୍‌ ଆପଣଙ୍କ ଡିଭାଇସର କ୍ଷମତା ଏବଂ ଡାଟାକୁ ପ୍ରଭାବିତ କରିଥାଏ। ଯଦି ଆପଣଙ୍କୁ ନିଜ ଡିଭାଇସକୁ ହ୍ୟାକ ହେବା ଠାରୁ ରକ୍ଷ। କରିବାର ଅଛି ତେବେ ସମୟ ସମୟରେ ଅପରେଟିଙ୍ଗ୍‌ ସିଷ୍ଟମକୁ ଅପଡେଟ କରନ୍ତୁ। ଏପରି କଲେ ହ୍ୟାକର୍ସ ଆପଣଙ୍କ ଫୋନକୁ ହ୍ୟାକ କରିପାରିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.