ଏଯାଏଁ ପିଆଜର ଲୁହ ସୁଖିନି, ଆଉ ଏବେ ତରକାରୀରୁ ଗାୟବ ହେଲାଣି ଆଳୁ

ଭୁବନେଶ୍ୱର (କେନ୍ୟୁଜ୍‌) : ପନିପରିବା ଦର ଅଧିକ ରହିଲେ ବି ଖାଲି ଆଳୁ ଅଛି ତ ଚଳିଯିବ ଭାବି ଆସ୍ୱସ୍ତିରେ ଥିଲେ ଲୋକେ କିନ୍ତୁ ଏବେ ଆଳୁ ଦର ବଢ଼ିବା ଲୋକଙ୍କୁ ଚିନ୍ତାରେ ପକାଇଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ କିଲୋ ପିଛା ୫୦ରୁ ୬୦ଟଙ୍କାରେ ବିକ୍ରି ହେଉଛି। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ବର୍ଷା ହେଉଥିବା ଯୋଗୁଁ ଆସିବାରେ ବିଳମ୍ବ ହୋଇଛି। ଏଣୁ ଷ୍ଟକ ଥିବା ପୁରୁଣା ଆଳୁ ପାଖାପାଖି ସରିବା ଉପରେ। ଏଥିପାଇଁ ବଜାରରେ ଆଳୁର ଦର ହଠାତ୍‌ ବଢ଼ିଲା ବୋଲି କୁହାଯାଉଛି। କେବଳଓଡ଼ିଶା ନୁହେଁ ଉତ୍ତର ପ୍ରଦେଶ ଏବଂ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଆଳୁ ଦର ବଢ଼ିଛି। ନିକଟରେ ପିଆଜର ଦର ଲୋକଙ୍କ ମୁଣ୍ଡ ବ୍ୟଥାରେ କାରଣ ସାଜିଥିଲା ଆଉ ଏବେ ଆଳୁ ସାଜିଛି ଲୋକଙ୍କ ଖାଇବାରେ ବାଧକ। କେବଳ ଆଳୁ ନୁହେଁ ପରିବାର ଦର ଅଧା ସେଞ୍ଚରୀ ଉପରେ। ଏବେ କଣ ଖାଇବେ ତାକୁ ଭାବି ଚିନ୍ତାରେ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.