Below header

ଅଦରକାରୀ ବସ୍ତୁରେ ତିଆରି ନିଜର ଫଟୋ ଦେଖି ଆଚମ୍ବିତ ହୋଇଗଲେ କ୍ୟାପ୍‌ଟେନ କୋହଲି, ଗୌହାଟି ଟି-୨୦ ପୂର୍ବରୁ ଫ୍ୟାନ୍‌ ଦେଲେ ଏଭଳି ସରପ୍ରାଇଜ୍‌

ବିଶ୍ୱର କୋଣ ଅନୁକୋଣରେ କ୍ୟାପ୍‌ଟେନ ବିରାଟ କୋହଲିଙ୍କ ପ୍ରଶଂସକ ଭରି ଭରି ରହିଛନ୍ତି। ଦେଶର ଏମିତି କୌଣସି ବି ସ୍ଥାନ ନାହିଁ, ଯେଉଁଠି ବିରାଟଙ୍କ ପ୍ରଶଂସକ ନାହାନ୍ତି। ବିଶ୍ୱର ଯେଉଁଠି ବି କ୍ରିକେଟ୍‌ ମ୍ୟାଚ୍‌ ହୁଏ, ସେଠି କିଙ୍ଗ୍‌ କୋହଲିଙ୍କ ସମର୍ଥକ ପହଞ୍ଚିଯାଆନ୍ତି। ଶ୍ରୀଲଙ୍କା ବିପକ୍ଷରେ ଗୌହାଟି ଟି-୨୦ ପୂର୍ବରୁ ବିରାଟଙ୍କ ଭେଟ ଏମିତି ଜଣେ ଫ୍ୟାନ୍‌ଙ୍କ ସହ ହୋଇଥିଲା, ଯିଏକି ନିଜ ପସନ୍ଦର କ୍ରିକେଟରଙ୍କ ପାଇଁ ଏକ ଖାସ୍‌ ଉପହାର ନେଇକି ଆସିଥିଲେ।

bi1

ଗୌହାଟିରେ ବିରାଟଙ୍କ ପାଇଁ ଫ୍ୟାନ୍‌ ଆଣିଥିବା ଉପହାର ଯିଏ ବି ଦେଖିଲେ ଆଶ୍ଚଯ୍ୟର୍ ହୋଇ ରହିଗଲେ। ଖୋଦ୍‌ ବିରାଟ ନିଜେ ମଧ୍ୟ ଏହି ଖାସ୍‌ ଜିନିଷକୁ ପ୍ରଶଂସା ନ କରି ରହିପାରିଲେ ନାହିଁ। ପ୍ରକୃତ କଥା ହେଲା, ଗୌହାଟିର ରାହୁଲ ନାମକ ଯୁବକ ଅଦରକାରୀ ବସ୍ତୁ ଯେପରି ଅବ୍ୟବହୃତ ଫୋନ୍‌, ତାର ଏବଂ ଲୁହା କଣ୍ଟାରେ ବିରାଟଙ୍କର ଏକ ସୁନ୍ଦର ଫଟୋ ତିଆରି କରିଥିଲେ।

b4

ରାହୁଲଙ୍କୁ ଏହି ଫଟୋ ବନାଇବା ପାଇଁ ୩ ଦିନ ଏବଂ ୩ ରାତି ସମୟ ଲାଗିଥିଲା। କୋହଲିଙ୍କୁ ଫଟୋଟି ଖୁବ୍‌ ପସନ୍ଦ ଆସିଥିଲା ଏବଂ ସେ ରାହୁଲଙ୍କ ସେହି ଫଟୋ ଉପରେ ନିଜ ଅଟୋଗ୍ରାଫ୍‌ ଦେଇଥିଲେ।


ଭିଡିଓକୁ ବିସିସିଆଇ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛି। ଏହାସହ କ୍ୟାପସନ ଲେଖିଛି ଯେ ‘ପୁରୁଣା ଫୋନ୍‌ରେ ତିଆରି ହୋଇଛି ବିରାଟ କୋହଲିଙ୍କ ଏହି ଫଟୋ। କୁହନ୍ତୁ, କୋହଲିଙ୍କ ପ୍ରଶଂସକଙ୍କ ଏହା କିଭଳି ପ୍ରେମ’? ଭିଡିଓରେ ରାହୁଲ କହିଥିଲେ, ‘ଏହି ପ୍ରକାରର କଳା ବର୍ତ୍ତମାନ ଭାରତରେ କେବଳ ସେହି ହିଁ କରୁଛନ୍ତି, ଯେଉଁ କାରଣରୁ ତାଙ୍କ ନାଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି’। ତେବେ ତାଙ୍କର ଇଚ୍ଛା ତାଙ୍କ ନାଁ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.