Below header

ଜେଏନ୍‌ୟୁ ହିଂସା ଘଟଣାର ତଦନ୍ତ ପାଇଁ ଗଠନ ହେଲା ଟିମ୍‌, ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ଜେଏନୟୁ କ୍ୟାମ୍ପସରେ ହିଂସା ଘଟଣାର ଯାଞ୍ଚ ଆରମ୍ଭ । ଘଟଣାର ଯାଞ୍ଚ ଆରମ୍ଭ ହେବା ସହ ଖୁବ୍ ଶୀଘ୍ର ମାମଲା ରୁଜୁ କରାଯିବ । ଘଟଣାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଛି । ଜଏଣ୍ଟ ସିପି ସାଲିନି ସିଂହ ଘଟଣାର ଯାଞ୍ଚ କରିବେ । ଏହି ଟିମ୍‌ରେ ୪ ଜଣ ଇନ୍ସପେକ୍ଟର ଓ ୨ ଜଣ ଏସିପି ରହିଛନ୍ତି । ହିଂସା ଘଟଣାକୁ ନେଇ ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ସେପଟେ ଭୟରେ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଛାଡୁଛନ୍ତି ।

policeଅନ୍ୟପଟେ ଜେଏନ୍‌ୟୁ ହିଂସାର ପ୍ରତିବାଦରେ ଦେଶର ବିଭିନ୍ନ ୟୁନିଭର୍ସିଟି ଓ କ୍ୟାମ୍ପସରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଗେଟ୍ ୱେ ଅଫ୍ ଇଣ୍ଡିଆ ବାହାରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗତକାଲି ଦିଲ୍ଲୀ ଜେଏନୟୁ କ୍ୟାମ୍ପସରେ ହିଂସା ଦେଖିବାକୁ ମିଳିଥିଲା । ମୁଖା ପିନ୍ଧି ଛାତ୍ରଙ୍କୁ ନିସ୍ତୁକ ପିଟିଥିଲେ ଦୁର୍ବୃତ୍ତ । ଅନ୍ଧାରରେ ନିସ୍ତୁକ ମାଡ ମାରିଥିଲେ । ଏଥିରେ ଛାତ୍ର ସଂସଦ ସଭାପତିଙ୍କ ସମେତ ପ୍ରାୟ ୨୫ ଜଣ ଛାତ୍ର ଓ ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ହିଂସାକାଣ୍ଡରେ ଏବିଭିପି ଛାତ୍ରଙ୍କ ହାତ ଥିବା ଜେଏନୟୁ ଛାତ୍ର ସଂସଦ ଅଭିଯୋଗ କରିଥିବା ବେଳେ ଏହା ବାମପନ୍ଥି ଛାତ୍ରଙ୍କ କାଣ୍ଡ ବୋଲି ଏବିଭିପି ଅଭିଯୋଗ କରିଛି ।

jnuଘଟଣା ପରେ କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କିଏ ମାଡ ମାରିଛି ଏବଂ କାହିଁକି ମାଡ ମାରିଛି ସେ ନେଇ କିଛି ଠୋସ୍ ସୂଚନା ମିଳିପାରି ନାହିଁ । ତେବେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦିଲ୍ଲୀ ପୋଲିସ କହିଛି । ଯଦି ଛାତ୍ରମାନେ କ୍ୟାମ୍ପସ ଭିତରେ ସୁରକ୍ଷିତ ନରହିବେ, ଦେଶ କିଭଳି ଆଗକୁ ଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଉପରାଜ୍ୟପାଳ ଘଟଣାକୁ ନିନ୍ଦା କରିବା ସହ କ୍ୟାମ୍ପସରେ ଶାନ୍ତି ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦିଲ୍ଲୀ ପୋଲିସ ଓ ଜେଏନୟୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.