Dolby Atoms ସହିତ Zebronics ଲଞ୍ଚ କଲା ନୂଆ ସାଉଣ୍ଡବାର, ଘରେ ମିଳିବ ସିନେମା ହଲ୍ ଏକ୍ସପିରିଏନ୍ସ

Zebronics ଭାରତରେ ନିଜର ନୂଆ ସାଉଣ୍ଡବାର ZEB-JUKe Bar 3850 Pro Dolby Atmos କୁ ଲଞ୍ଚ କରିଛି। ଏହା ଭାରତର ପ୍ରଥମ ବ୍ରାଣ୍ଡ, ଯାହା ସିଙ୍ଗଲ ସାଉଣ୍ଡବାର ସହିତ Dolby Atomsର ସପୋର୍ଟ ମିଳିଥାଏ। ଯାହା ସିନେମା ହଲ ଭଳି ସାଉଣ୍ଡ ଏବଂ ଏକ୍ସପିରିଏନ୍ସ ଦେବ। ଏଥିରେ ପ୍ରିମିୟମ ଡିଜାଇନ ସହିତ ହାଇ କ୍ବାଲିଟି ଅଡିଓ ମିଳିବ। Zebronics ର ZEB-JUKe Bar 3850 Pro Dolby Atmos ର ଦାମ୍ ୧୦,୯୯୯ ଟଙ୍କା ରହିଛି। ଯାହା ଇ-କର୍ମସସାଇଟ୍ ଫ୍ଲିପକାର୍ଟରେ ମିଳୁଛି।

ଫିଚର୍ସ : ଏହି ସିଙ୍ଗଲ ସାଉଣ୍ଡବାର ବିନା ବୁଫର ବକ୍ସ ସହିତ ଆସିଥାଏ। ଏହାକୁ ଆପଣ ବହୁ ସହଜରେ ନିଜ ଘରେ ଇନଷ୍ଟଲ କରିପାରିବେ। ଏଥିରେ ବହୁତ କମ୍ ୱେୟାର ରହିଛି। Zebronics ର ଏହି ସାଉଣ୍ଡବାରରେ ଫ୍ରଣ୍ଟ ଫେସିଂ କ୍ବାଡ ୬.୩୫ cms ଡ୍ରାଇଭର ସହିତ ମିଳିବ। ଏହାଛଡା ଟପରେ ଡୁଆଲ ୫.୦୮ cms ଡ୍ରାଇଭର ରହିଛି। ଏହି ସାଉଣ୍ଡବାରକୁ 4k ଏବଂ HDR ସପୋର୍ଟ ମିଳିବ। ଏଥିରେ ଟ୍ରିପଲ HDMI ସେଟଅପ୍ ମିଳିଛି। ଏଥିରେ ଡୁଆଲ ଇନପୁଟସ୍ ଏବଂ ଗୋଟେ ଆଉଟପୁଟ ସହିତ ARC ସପୋର୍ଟ ମିଳିବ।

କନେକ୍ଟିଭିଟି ପାଇଁ ଏଥିରେ ଅନେକ ଅପସନ ରହିଛି। ଆପଣ ବ୍ଲୁଟୁଥ ସାହାଯ୍ଯରେ ନିଜର ସ୍ମାର୍ଟଫୋନକୁ କନେକ୍ଟ କରିପାରିବେ। ଏହା ସହିତତ USB ଡ୍ରାଇଭକୁ ପ୍ଲେ ମ୍ଯୁଜିକରେ ମଧ୍ୟ କନେକ୍ଟ କରିପାରିବେ। ସାଉଣ୍ଡରେ TV/DTH ପାଇଁ ଅପଟିକାଲ ଇନପୁଟ ଏବଂ ଟ୍ରିପଲ HDMI-1HDMI(ARC)/2HDMI IN ଦିଆଯାଇଛି। ଏହି ସାଉଣ୍ଡବାରରେ ଡଲବୀ ଇନବିଲ୍ଡ ସାଉଣ୍ଡବାର ଦିଆଯାଇଛି। ଏହାସହିତ ଫୁଲ ଫଙ୍କସନ ରିମୋଟ କଣ୍ଟ୍ରୋଲ ମଧ୍ୟରହିଛି। ଯାହାକୁ ଆପଣ ୟୁଜ କରିପାରିବେ। ଏହି ସାଉଣ୍ଡବାରରେ ପାଖାପାଖି ୬ଟି ସ୍ପିକର୍ସ ଲାଗିଛି। ଯାହାର ଓଜନ ୩.୬ କେଜି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.