କୁଆଖାଇ ନଦୀପଠାରେ ମୃତଦେହ ପୋତା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାଲି ଭିତରୁ ବାହାରିଲା ପୁରୁଷଙ୍କ ମୃତଶରୀର

ଭୁବନେଶ୍ବର(କେନ୍ଯୁଜ୍): ବାଲି ତଳେ ପୁରୁଷଙ୍କ ମୃତଦେହ। ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରୁ ମୃତଦେହ ଉଦ୍ଧାର ଘଟଣାରେ ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସ୍ୱତନ୍ତ୍ର ସ୍କ୍ଵାଡ ମଧ୍ୟ ତଦନ୍ତ କରୁଛି।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାଲି ଭିତରୁ ଖୋଳାଯାଉଛି ମୃତଦେହ। ପୁରୁଷ ଜଣଙ୍କୁ ହତ୍ୟା ପରେ ବାଲିରେ ପୋତାଯାଇଥିବା ସନ୍ଦେହ କରାଯାଉଛି। ଗତକାଲି ନଦୀ ପଠାର ବାଲିଯାତ୍ରା ପଡ଼ିଆରେ ଅଧା ପୋତା ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ସନ୍ଦିଗ୍ଧଙ୍କୁ ତିନି ଚାରି ଦିନ ତଳେ ହତ୍ୟା କରି ନଦୀପଠାରେ ପୋତି ଦିଆଯାଇଥିବା ଅନୁମାନ କରାଯାଉଛି। କିଛିଦିନ ତଳେ ନଦୀପଠାରେ ଦୁଇଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.