ମାତ୍ର କେଇ ଘଣ୍ଟାରେ ଜୁମ୍‌ କଲା ରେକର୍ଡ, ଏରିକ ୟୁଆନଙ୍କ ସମ୍ପତ୍ତିରେ ହେଲା ୪୨୦ କୋଟି ଟଙ୍କା ଲାଭ

ବ୍ୟବସାୟରେ ଲାଭ କ୍ଷତି ଲାଗି ରହିଥାଏ , କିନ୍ତୁ ବେଳେ ବେଳେ ହଠାତ୍‌ ବ୍ୟବସାୟୀଙ୍କୁ ପ୍ରଚୁର ପରିମାଣର ଲାଭ ମିଳିଥାଏ । ସେହିପରି କେବଳ କିଛି ଘଣ୍ଟା ସମୟ ମଧ୍ୟରେ zoom ଆପ୍‌ର ସିଇଓ ଏରିକ ୟୁଆନଙ୍କୁ ସମ୍ପତ୍ତିରେ ୪.୨ ଅରବ ଡଲାର ଅର୍ଥାତ ୪୨୦ କୋଟି ଟଙ୍କାର ଲାଭ ହୋଇଛି । ତେବେ ଭର୍ଚୁଆଲ ମିଟିଂ ଆପ ଜୁମ କମ୍ପାନୀର ସେୟାର ୨୬ ପ୍ରତିଶତ ବୃଦ୍ଧି ହୋଇ ୪୧୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ଓ ମଙ୍ଗଳବାର ଦିନ ମଧ୍ୟ ଏହିଭଳି ଭାବରେ ସେୟାରରେ ବୃଦ୍ଧି ଦେଖିବାକୁ ମିଳିବ ।

ତେବେ ୨୦୨୦ ଅନ୍ୟ ସବୁ କ୍ଷେତ୍ରର ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ଟେକ୍ନୋଲୋଜି କ୍ଷେତ୍ରରେ ବେଶ୍‌ ଲାଭପ୍ରଦ ହେଉଛି । ଚଳିତ ବର୍ଷ ଜୁଲାଇ ମାସରେ ଆମାଜନର ସିଇଓ ଜେଫ ବେଜୋସଙ୍କର ସମ୍ପତ୍ତିରେ ମଧ୍ୟ ୧୩ ଅରବ ଡଲାରର ବୃଦ୍ଧି ହୋଇଥିବା ବେଳେ ଅଗଷ୍ଟ ମାସରେ ଟେସ୍ଲା କମ୍ପାନୀର ସିଇଓ ଏଲନ ମସ୍କଙ୍କ ସମ୍ପତ୍ତିରେ ୮ ଅରବ ଡଲାରର ବୃଦ୍ଧି ହୋଇଛି । ସେହିପରି ପୂର୍ବ ସପ୍ତାହ ମଧ୍ୟରେ ବେଜୋସଙ୍କ ସମ୍ପତ୍ତିରେ ୨୦୦ ଅରବ ଡଲାର ଓ ଏଲନ ମସ୍କଙ୍କ ସମ୍ପତ୍ତିରେ ୧୦୦ ଅରବ ଡଲାର ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଅନ୍ୟପକ୍ଷରେ ବେଜୋସ ୨୦୦ ଅରବ ଡଲାର ସମ୍ପତ୍ତି ଅର୍ଜନ କରିଥିବା ପୃଥିବୀର ପ୍ରଥମ ଉଦ୍ୟୋଗପତି ଭାବରେ ନିଜର ସ୍ଥାନ ଅଧିକାର କରିଛନ୍ତି ।

zoo

କରୋନା ସଂକ୍ରମଣ ସମୟରେ zoom ଆପର ସିଇଓ ଏରିକଙ୍କୁ ଅନେକ ଲାଭ ମିଳିଛି। ପୃଥିବୀର ଏହିଭଳି ଅବସ୍ଥାରେ ଲୋକେ zoom ଆପକୁ ପ୍ରଚୁର ଭାବରେ ବ୍ୟବହାର କରୁଛନ୍ତି ଓ ପସନ୍ଦ ମଧ୍ୟ କରୁଛନ୍ତି । ଲକଡାଉନ ଯୋଗୁଁ ଅଫିସ କର୍ମୀଙ୍କ ଠାରୁ ସ୍କୁଲ ପିଲା ସମସ୍ତେ ଜୁମ୍‌ ଆପକୁ ବ୍ୟବହାର କରି ନିଜ କାମ କରୁଛନ୍ତି ବା ଅନଲାଇନ କ୍ଲାସ କରୁଛନ୍ତି । ସୋମବାର ମିଳିଥିବା ରିର୍ପୋଟ ଅନୁଯାୟୀ ତିନି ମାସ ମଧ୍ୟରେ ଜୁମ୍‌ ଆପର ବିକ୍ରିରେ ୬୬୩୫ ଲକ୍ଷ ଡଲାରର ଲାଭ ହୋଇଛି । ଆଗାମୀ ଦିନରେ ଏହାର ବିକ୍ରି ୨.୩୯ ଅରବ ଡଲାରରୁ ମଧ୍ୟ ଅଧିକ ହେବ ବୋଲି କମ୍ପାନୀ ଆଶା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.