ନଦୀରେ ପାଣି ବଢିଯିବାରୁ ଫସି ରହିଛନ୍ତି ୪ଟି ହାତୀ, ବରଗଡ଼ ଘନାମାଲରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ

ବରଗଡ଼:ରାଜ୍ୟରେ ଦେଖା ଦେଇଥିବା ମହାବନ୍ୟା ପରିସ୍ଥିତି। ଯାହା ଏବେ ଜଟିଳ ହେବାରେ ଲାଗିଛି । ବର୍ଷା ଛାଡିଯାଇଛି ସତ ହେଲେ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘନାମାଲରେ ଆସିଛି ଏକ ଭିଜୁଆଲ୍। ଯେଉଁଥିରେ ୪ଟି ହାତୀ ଫସି ରହିଥିବା ଦେଖିବାକୁ ମିଳୁଛି । ରାତିରୁ ଝାଞ୍ଜ ପାହାଡରୁ କୁଠେଲା ଡୁଙ୍ଗୁରି ଦେଇ ବୁଡା ପାହାଡ ଦେଇ ଆସୁଥିଲେ ।

ନଦୀରେ ପାଣି ବଢିଥିବାରୁ ନଦୀ ପାର ହୋଇପାରିନଥିଲେ । ୪ଟି ହାତୀରୁ ୨ଟି ହାତୀ ଛୁଆ ହୋଇଥିବାରୁ ନଦୀ ପାର କରିପାରିନଥିଲେ । ସକାଳେ ଲୋକଙ୍କ ଗହଳି ହେବାରୁ ହାତୀ ନଦୀ ପାର ନହୋଇ ଅଟକି ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.