ନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ , ଦିଲ୍ଲୀର ପ୍ରବାସୀ ଭାରତୀୟମାନେ ମତଦାନ ପାଇଁ ଆଗ୍ରହୀ

ନୂଆଦିଲ୍ଲୀ(କେନ୍ୟୁଜ୍) : ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ। ଦିଲ୍ଲୀରେ ବସବାସ କରୁଥିବା ପ୍ରବାସୀ ଓଡ଼ିିଆମାନେ ମତଦାନ ପାଇଁ ବେଶ ଆଗ୍ରହ ଦେଖାଇଛନ୍ତି। ସଚେତିତ ନାଗରିକ ଭାବେ ସମସ୍ତ ମତଦାନ କରିବା ଉଚିତ। ବିପୁଳ ସଂଖ୍ୟାରେ ଆସି ଭୋଟ ଦେବାକୁ ସେମାନେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଯେଉଁ ଦଳ ଭଲ କାମ କରିଛି, ସେମାନେ ସରକାର ଗଠନ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ଏହାସହ ମତଦାନରୁ କେହି ବିରତ ହେବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି।