Below header

ନବୀନ ନିବାସରେ ଟିକେଟ କସରତ ଜାରି, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଚୟନ ଲାଗି ଅଙ୍କ କଷୁଛି ବିଜେଡି

ଭୁବନେଶ୍ବର : ନବୀନ ନିବାସରେ ଟିକେଟ କସରତ ଜାରି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛି ବିଜେଡି। ବିଶେଷକରି ତୃତୀୟ ପର୍ଯ୍ୟାୟ ରେ ହେବାକୁ ଥିବା ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନର ଆଶାୟୀ ଓ ସେମାନଙ୍କ ସମର୍ଥକମାନ ଆସି ନବୀନ ନିବାସରେ ଡେରା ପକାଇଛନ୍ତି । କେଉଁ ଆସନରୁ କିଏ ହେବେ ପ୍ରାର୍ଥୀ ? କାହାକୁ ମିଳିବ ଟିକେଟ? କାହାର ଟିକେଟ କଟିବ ଏହା ଉପରେ ବିଚାରବିମର୍ଶ କରୁଛନ୍ତି ଦଳ ସୁପ୍ରିମୋ । ଟିକେଟକୁ ନେଇ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି। ସେପଟେ ଆଜି ବିଜେଡି କାର୍ଯ୍ୟାଳୟରେ ଆଜି ବସୁଛି ଦ୍ୱିତୀୟ ନିର୍ବାଚନୀ ଇସ୍ତାହାର କମିଟି ବୈଠକ।

congressସେପଟେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ କଂଗ୍ରେସର ଟିକେଟ କସରତ ଜାରି ରହିଛି। ଖୁବ୍‌ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ଏନେଇ ଦିଲ୍ଲୀରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକରେ ବିଚାର ବିମର୍ଶ କରାଯାଇଛି । ପିସିସି ସଭାପତି ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ଭବନରେ ଟିକେଟ ପାଇବା ପାଇଁ ଆଶାୟୀଙ୍କ ଭିଡ ଜମିଛି। ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ ଘୋଷଣା ପରେ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି । ଟିକେଟ୍‌ କାଟିବା ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ବଢିବରେ ଲାଗିଛି। ସ୍ୱାଧୀନ ଭାବେ ପ୍ରାର୍ଥୀମାନେ ଲଢିବେ ଓ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.