ପାରାକୁ ଖାଇବାକୁ ଦେଲେ କି ଲାଭ ମିଳିଥାଏ ? ଜାଣନ୍ତୁ କଣ କହୁଛି ଶାସ୍ତ୍ର

ଶାସ୍ତ୍ର ଅନୁଯାୟୀ ପାରାକୁ ଖାଇବାକୁ ଦେବା ଶୁଭ ହୋଇଥାଏ। ହିନ୍ଦୁ ଧର୍ମ ପାଳନ କରୁଥିବା ଲୋକମାନେ ଆଜି ମଧ୍ୟ ନିଜ ଘରେ କିମ୍ବା ଆଖପାଖରେ ପାରାକୁ ଖାଇବାକୁ ଦେଇଥାନ୍ତି। ପାରାକୁ କେଉଁ ସମୟରେ ଏବଂ କେଉଁ ଯାଗାରେ ଖାଇବାକୁ ଦେଲେ ଲାଭଦାୟକ ହୋଇଥାଏ, ଏହି ବିଷୟରେ ବର୍ତ୍ତମାନ ମଧ୍ୟ ଖୁବ୍ ଲୋକମାନେ ଜାଣିଥିବେ। କିନ୍ତୁ ଆପଣ କେବେ ଭାବିଛନ୍ତି କି କାହିଁକି ପାରା କୁ ଖାଇବାକୁ ଦିଆଯାଇଥାଏ ଏବଂ ଖାଇବାକୁ ଦେବା ଦ୍ବାରା କେଉଁ ଲାଭ ମିଳିଥାଏ। ଯଦି ଜାଣିନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

pegionsଶାସ୍ତ୍ର ଅନୁସାରେ ପାରାକୁ ଖୁଆଇବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ସମସ୍ତ ପକ୍ଷୀମାନେ ବହୁତ ଚଞ୍ଚଳ ଏବଂ କୋମଳ ହୋଇଥାନ୍ତି। କିନ୍ତୁ ପାରା କମ ଚଞ୍ଚଳ ହେବା ସହ ଅଧିକ କୋମଳ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ପାରା ଶାନ୍ତିର ପ୍ରତୀକ ହୋଇଥାଏ। ଏହା ସହ ପାରା ନିଜର ଜୀବନ ସାଥୀ ପାଇଁ ବହୁତ ମୂଲ୍ୟବାନ ହୋଇଥାଏ। ଏଥି ସହିତ ଶାସ୍ତ୍ର ମତାନୁସାରେ ପାରାକୁ ଛାତ ଉପରେ ଖୁଆଇବା ଅନୁଚିତ। ପାରାକୁ ପ୍ରତ୍ୟେକ ଦିନ ଖୁଆଇବା ଶୁଭ ହୋଇଥାଏ, କିନ୍ତୁ ଏଥିରେ ସାବଧାନତା ଅବଲମ୍ବବନ କରିବା ଆବଶ୍ୟକ।

pigeons1ଘରର ଛାତ ଉପରେ ପାରାକୁ ଖାଦ୍ୟ ଖାଇବାକୁ ନଦେଇ ଅଗଣାରେ ଖାଇବାକୁ ଦେବା ଉଚିତ। କାରଣ ଏଥିରେ ବୁଧ ଏବଂ ରାହୁ ବାସ କରଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର କୁଣ୍ଡଳିରେ ବୁଧ ଏବଂ ରାହୁ ମିଶି ରହିଥାନ୍ତି ତେବେ ସେହି ଜାତକର ସ୍ଥିତି ଖରାପ ହୋଇଥାଏ। ଏହି ଜାତକ ଥିବା ବ୍ୟକ୍ତିମାନେ ମଧ୍ୟ ପାଗଳ ହୋଇଯାଇଥାନ୍ତି। ଯାହା ଫଳରେ ବ୍ୟକ୍ତି ଜଣକ କିଛି ଭୁଲ କାମ ବା ବଡ଼ ଧରଣର ଅପରାଧ କରିଥାନ୍ତି। ପାରା ମାତା ଲକ୍ଷ୍ମୀଙ୍କର ଭକ୍ତ। ଘରେ ପାରା ବାସ କରିବା ଦ୍ବାରା ଲକ୍ଷ୍ମୀଙ୍କର ବୃଦ୍ଧି ହେବା ସହ ସୁଖ-ସମୃଦ୍ଧି ରେ ମଧ୍ୟ ବୃଦ୍ଧି ହୋଇଥାଏ।

fedding pigeonsଯଦି କୌଶସି କାରଣରୁ ପାରାମାନଙ୍କୁ ଖାଇବାକୁ ଦେବାକୁ ଭୁଲିଯାଇଛନ୍ତି ତେବେ ସେମାନେ ନିଜେ ଖାଦ୍ୟ ପାଇଁ ଶଦ୍ଦ କରିଥାନ୍ତି। ଏହି ସମୟରେ ଯଦି ଆପଣ ଖାଦ୍ୟ ଖାଇବାକୁ ଦେଇଥାନ୍ତି ତେବେ ଆପଣଙ୍କ ଘରେ ଲକ୍ଷ୍ମୀଙ୍କର ବୃଦ୍ଧି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାରାକୁ ବୁଧ ଗ୍ରହ ସହ ଏବଂ ଛାତକୁ ରାହୁ ଗ୍ରହ ସହ ତୁଳନା କରାଯାଇଛି। ଏହି କାରଣରୁ ପାରାକୁ ଛାତ ଉପରେ ଖାଇବାକୁ ଦେବା ଦ୍ବାରା ଛାତରେ ରାହୁ ଏବଂ ବୁଧଙ୍କର ମିଳନ ହୋଇଥାଏ। କିନ୍ତୁ ଛାତ ଉପରେ ଖାଇବାକୁ ଦେବା ଦ୍ବାରା ସେହି ସ୍ଥାନ ଅପରିଷ୍କାର ହୋଇଥାଏ ଏବଂ ଏହା ଉପରେ ରାହୁଙ୍କର ଖରାପ ପ୍ରଭାବ ପଡିଥାଏ। ରାହୁଙ୍କର ଖରାପ ପ୍ରଭାବ ପଡିବା ଦ୍ବାରା ଘରର ପରିସ୍ଥିତି ଖରାପ ହୋଇଥାଏ। ଏହି କାରଣରୁ ପାରାକୁ ଖାଇବାକୁ ଦେବା ସମୟରେ ଧ୍ୟାନ ରଖିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.