ନିଲାମ ହେଲା ନୀରବ ମୋଦିଙ୍କ ପେଣ୍ଟିଂ, ମୂଲ୍ୟ ଜାଣି ହେବେ ଆଶର୍ଯ୍ୟ

ନିଲାମ୍ ହେଲା ନୀରବ ମୋଦିଙ୍କ ପେଣ୍ଟିଂ । ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସଂଗୃହୀତ ୬୮ଟି ପେଣ୍ଟିଂକୁ ନିଲାମ କରିଛି ଆୟକର ବିଭାଗ । ନିଲାମୀରୁ ମୋଟ୍ ୫୯.୩୭ କୋଟି ଟଙ୍କା ମିଳିଛି । ତେବେ ନିଲାମୀ ପାଇଁ ଆୟକର ବିଭାଗ ଏକ ଘରୋଇ କମ୍ପାନୀର ସାହାଯ୍ୟ ନେଇଛି । ତେବେ କମ୍ପାନୀକୁ କମିଶନ ଦିଆଯିବା ପରେ ବିଭାଗର ଖାତାକୁ ୫୪.୮୪ କୋଟି ଟଙ୍କା ଆସିଛି ।
ଏହି ପେଣ୍ଟିଂରେ ଜଣାଶୁଣା ଚିତ୍ରଶିଳ୍ପୀ ରବି ବର୍ମା, ଭିଏସ ଗାୟତୋଣ୍ଡେ, ଏଫଏନ ସୁଜା, ଜଗନ ଚୌଧୁରୀ ଏବଂ ଆକବର ପଦ୍ମସୀଙ୍କ କଳାକୃତି ସାମିଲ ଅଛି । ଭିଏସ ଗାୟତୋଣ୍ଡେ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ପେଣ୍ଟିଂର ମୂଲ୍ୟ ୨୫.୨୪ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହି ପେଣ୍ଟିଂ ୨୦୧୫ରେ ଏଥିରୁ ଅଧିକ ଟଙ୍କାରେ ତିଆରି ହୋଇଥିଲା ।
ଗତ ସପ୍ତାହରେ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍ରେ ପଞ୍ଜିକୃତ ସ୍ୱତନ୍ତ୍ର ଅଦାଲତ ଏହି ପେଣ୍ଟିଂକୁ ବିକ୍ରି କରିବାକୁ ଅନୁମତି ଦେଇଥିଲା। ଏଥିରୁ ମିଳିଥିବା ଟଙ୍କାରେ ମୋଦିଙ୍କର ଏକ ସେଲ୍ କମ୍ପାନି କ୍ୟାମେଲଟ୍ ଏଣ୍ଟର୍ପ୍ରାଇସେସ୍ର ବକେୟା ପଡ଼ିଥିବା ୯୫ କୋଟି ଟଙ୍କାର ଆୟକର ଭରଣା କରାଯିବ।
ସୂଚନାଯୋଗ୍ୟ ,ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କା ନେଇ ଫେରାର୍ ହୋଇଥିବା ନୀରବ ମୋଦି ଏବେ ଇଂଲଣ୍ଡର ଏକ ଜେଲରେ ବନ୍ଦୀ ଜୀବନ ବିତାଉଛି ।
2 paintings of Nirav Modi’s collection-Untitled oil on canvas(pic 1) by VS Gaitonde sold for Rs 22 cr;oil on canvas depicting Maharaja of Tranvancore&his younger brother welcoming Richard Temple-Grenville,3rd Duke of Buckingham(pic 2) sold for Rs 14 cr(Pics courtesy- Saffron Art) pic.twitter.com/RNxq69G9Fu
— ANI (@ANI) March 26, 2019