ଟିକେଟ୍ ନମିଳିବାରୁ ରାଗିଗଲେ କଂଗ୍ରେସ୍ ବିଧାୟକ, ପାର୍ଟି ଅଫିସରୁ ଉଠାଇନେଲେ ୩୦୦ ଚେୟାର୍

ମହାରାଷ୍ଟ୍ର : ନିର୍ବାଚନ ପାଇଁ ଟିକେଟ୍ ନମିଳିବାରୁ ନେତା ମାନେ ରାଗିବା କିମ୍ବା ପାର୍ଟି ଛାଡିବା ଖବର ତ ଆପଣ ମାନେ ବେଶ୍ ପଢୁଥିବେ । କିନ୍ତୁ ମହାରାଷ୍ଟ୍ରରେ କଂଗ୍ରେସର ଜଣେ ବିଧାୟକ ପାର୍ଟି ଅଫିସରୁ ଚେୟାର ନେଇ ଚାଲିଗଲେ । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୩୦୦ ଚେୟାର୍ ନେଇଗଲେ ବିଧାୟକ ।

ଲୋକସଭା ଟିକେଟ୍ ନମିଳିବାରୁ କ୍ଷୁବ୍ଧ ନେତା ଅବଦୂଲ୍ ସତ୍ତାର ନିଜ ସମର୍ଥକଙ୍କ ସହାୟତାରେ ପାର୍ଟି ଅଫିସରୁ ୩୦୦ ଚେୟାର୍ ଉଠାଇନେଇଛନ୍ତି । ତେବେ ବିଧାୟକ ଜଣକ ଦାବି କରିଛନ୍ତି ସେ ଏବେ ପାର୍ଟି ଛାଡିଛନ୍ତି , ଆଉ ଚେୟାର୍ ଉପରେ କେବଳ ତାଙ୍କର ମାଲିକାନା ଅଛି । ରିପୋର୍ଟ ଅନୁସାରେ କଂଗ୍ରେସର ସ୍ଥାନୀୟ ସଂଗଠନ ଏନସିପି ସହିତ ଶାହଗଂଜସ୍ଥିତ କାର୍ଯ୍ୟାଳୟରେ ଯୁଗ୍ମ ବୈଠକକୁ ଡାକିଥିଲା । ମାତ୍ର ବୈଠକ ପୂର୍ବରୁ ବିଧାୟକ ନିଜ ସମର୍ଥକଙ୍କ ସହିତ ଚୌକି ନେଇ ଯାଇଥିଲେ । ପରେ ବୈଠକ ଏନସିପି କାର୍ଯ୍ୟାଳୟରେ କରାଯାଇଥିଲା ।

ଅବଦୂଲ୍ ସତ୍ତାରଙ୍କ ଅଶା ଥିଲା ପାର୍ଟି ତାଙ୍କୁ ଔରଙ୍ଗାବାଦ୍ ସିଟରେ ଲୋକସଭା ଟିକେଟ୍ ନିଶ୍ଚୟ ଦେବ । କିନ୍ତୁ ଏହି ସିଟରୁ ସୁଭାଷ ଝାବଡ଼ଙ୍କୁ ଟିକେଟ୍ ମିଳିବାରୁ ରାଗି ଏପରି ପଦକ୍ଷେପ ନେଇଛନ୍ତି ଅବଦୁଲ୍ । ଅନ୍ୟପକ୍ଷରେ ସୁଭାଷ କହିଛନ୍ତି, ହୋଇପାରେ ତାଙ୍କୁ ଚୌକିର ଆବଶ୍ୟକତା ଥିଲା । ଏଥିପାଇଁ ସେ ଚୌକି ନେଇଗଲେ । ଚୌକି ନେଇ ଯିବାକୁ ନେଇ ଆମର ଚିନ୍ତା ନାହିଁ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.