Below header

ନିର୍ବାଚନ ମୈଦାନରେ ବଲାଙ୍ଗିର ଲୋକସଭା ପ୍ରାର୍ଥୀ, ଓହ୍ଲାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପ୍ରାର୍ଥୀ

ବଲାଙ୍ଗିର (କେନ୍ୟୁଜ୍) : ବାଜିଛି ନିର୍ବାଚନୀ ବିଗୁଲ । ଘୋଷଣା ହୋଇଛି ରାଜନୈତିକ ଦଳ ଗୁଡ଼ିଙ୍କ ପ୍ରାର୍ଥୀଙ୍କ ନାଁ । ବଲାଙ୍ଗିର ଲୋକସଭା ପାଇଁ ମୈଦାନକୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପ୍ରାର୍ଥୀ । କଂଗ୍ରେସ ଦଳର ପ୍ରାର୍ଥୀ ହୋଇଛନ୍ତି ସମରେନ୍ଦ୍ର ମିଶ୍ର, ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି କଳିକେଶ ନାରାୟଣ ସିଂଦେଓ, ସେହିଭଳି ବିଜେପିରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ସଙ୍ଗୀତା ସିଂହଦେଓ । ତେବେ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରଚାର ମାହୋଲ । ବୀରମହାରାଜପୁରରେ କର୍ମୀ ଓ ସମର୍ଥକଙ୍କ ସହ ରୋଡସୋ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର । ଦୀର୍ଘ ୨ ଦଶନ୍ଧି ଧରି ଏଠାରେ ବିଜେଡି ଜିତି ଆସୁଥିବା ବେଳେ ଏଥର କଂଗ୍ରେସ ବିଜୟ ହେବ ବୋଲି କହିଛନ୍ତି ସମରେନ୍ଦ୍ର ।

kalikeshସେହିପରି ବିଜେଡିର ଲୋକସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ସୋନପୁରରେ ସମର୍ଥକ ଏବଂ ପତ୍ନୀଙ୍କ ସହ ଯାଇ ଇଷ୍ଟଦେବୀ ସମଲେଶ୍ୱରୀଙ୍କଠାରେ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କର କହିବା କଥା ଏହି ଅଞ୍ଚଳରେ ଏନେକ ବିକାଶ ମୂଳକ କାର‌୍ୟ୍ୟ କରିଥିବାରୁ ପୁଣିଥରେ ଲୋକେ ମହୁମତ ଦେଇ ବିଜୟ କରାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.