Below header

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପୂର୍ବରୁ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ କସରତ ଜୋରଦାର । ଗାଁ ଗାଁ ଓ ସହରର ଗଳିକନ୍ଦିରେ ବୁଲୁଛି ପ୍ରଚାର ଗାଡ଼ି। ବାଇକ୍ ରାଲିରେ ପ୍ରାର୍ଥୀ ଚଳାଇଛନ୍ତି କ୍ୟାମ୍ପେନ ୍। ଖରା ତାତିକୁ ଖାତିର ନାହିଁ। ରାତିରେ ବି ନେତାଙ୍କୁ ନାହିଁ ଫୁରସତ।

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଲାଣି ପ୍ରଚାର। ଖରାକୁ ଖାତିର ନକରି ପ୍ରାର୍ଥୀ ଚଳାଇଛନ୍ତି କ୍ୟାମ୍ପେନ। ପିପିଲିରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ପ୍ରଚାର ଚଳାଇଛନ୍ତି ବିଜେଡିର ହେଭିେଓ୍ଵଟ୍ ପ୍ରଦୀପ ମହାରଥୀ । ଗାଁ ଗାଁ, ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ପ୍ରଚାର ଚଳାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଉମାକାନ୍ତ ବରାଳ । ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ପୁରୀରେ ପିନାକୀ ମିଶ୍ର କରିଛନ୍ତି ହାଇଭୋଲଟେଜ ପ୍ରଚାର।

ଆଳିରେ ଜମୁଛି ଜୋରଦାର ପ୍ରଚାର । ସଭା, ଶୋଭାଯାତ୍ରା ଓ ରୋଡ ସୋରେ କମ୍ପୁଛି ଗାଁଗଣ୍ଡା, ସହରବଜାର ଗଳିକନ୍ଦି । ଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ ଓ ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ବିଶାଳ ରୋଡ ସୋ କରିଛନ୍ତି । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ଚାନ୍ଦବାଲିରେ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରୋଡ ସୋ, ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।

ସମ୍ବଲପୁରରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ବାଇକ ରାଲିରେ ବାହାରି କ୍ୟାମ୍ପେନ କରୁଛନ୍ତି । ତେଲକୋଇ ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରେମାନନ୍ଦ ନାୟକ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚଳାଇଛନ୍ତି ମାରାଥନ ପ୍ରଚାର। ନିଆଳି ଆସନରେ ବିଜେପି ପ୍ରାର୍ଥୀ ଛବି ମଲ୍ଲିକ ଭୋଟରଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖରେ ସାମିଲ ହେବାକୁ ପ୍ରଚିଶ୍ରୁତି ଦେଇ ପ୍ରଚାର କରୁଛନ୍ତି।

ଆସନ୍ତା ୨୩ରେ ୩ୟ ଓ ୨୯ରେ ହେବ ଚତୁର୍ଥ ପର‌୍ୟ୍ୟାୟ ମତଦାନ। ନିର୍ବାଚନକୁ ଆଉ କମ ସମୟ ଥିବାରୁ ଦିନ ରାତି ଏକକରି ପ୍ରଚାରରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.