ଆଜି ରାତିରୁ ବନ୍ଦ ହେବ ୨୫ ବର୍ଷ ପୁରୁଣା ଜେଟ ଏୟାରୱେଜ୍, ପ୍ରଭାବିତ ହେବେ ୨୫ହଜାର କର୍ମଚାରୀ

ଆଜି ରାତିରୁ ବନ୍ଦ ହେବାକୁ ଯାଉଛି ଭାରତର ୨୫ ବର୍ଷ ପୁରୁଣା ପ୍ରାଇଭେଟ ଏୟାର ଲାଇନ ଜେଟ ଏୟାରୱେଜ୍ । କରଜ ଦାତଙ୍କୁ ୪୦୦କୋଟି ଟଙ୍କା ଏମରଜେନ୍ସି ଫଣ୍ଡ୍ ଦେବା ପାଇଁ ଜେଟ ଏୟାରୱେଜ୍ ମନା କରିଦେଇଥିବାରୁ ଏବେ ଏହାର ବିମାନ ଉଡାଣ ବନ୍ଦ ହେବାକୁ ଯାଉଛି ।ବହୁ ମାତ୍ରାରେ ଫଣ୍ଡ କମିଯିବା କାରଣରୁ ମ୍ୟାନେଜମେଣ୍ଟ ଏହା ନିର୍ଣ୍ଣୟ ନେଇଛି ବୋଲି ଜଣାପଡିଛି । ଆଜି ରାତି ୧୦.୩୦ରେ ଏୟାରୱେଜ ଶେଷ ଉଡାଣ ଭରିବ ଓ ଯାହା ଅମୃତସରକୁ ଯିବ ବୋଲି ଜଣାପଡିଛି ।

ଏମର୍ଜେନ୍ସି ଫଣ୍ଡର ଦାବିକୁ ବ୍ୟାଙ୍କ ଅଗ୍ରାହ୍ୟ କରିଦେଇଥିଲା

ସୂଚନା ଅନୁସାରେ, ଜେଟ ଏୟାରୱେଜର ଏମରଜେନ୍ସି ଫଣ୍ଡ ଦାବିକୁ ବ୍ୟାଙ୍କ ଅଗ୍ରାହ୍ୟ କରିଦେଇଥିଲା ।ଯେ ପର୍ଯ୍ୟନ୍ତ ବ୍ୟାଙ୍କର ପ୍ରକିୟା ପୂରା ହେବନାହିଁ ସେ ପର୍ଯ୍ୟନ୍ତ ଜେଟକୁ ଲୋନ ମିଳିପାରିବ ନାହିଁ ବୋଲି କହିଥିଲା ବ୍ୟାଙ୍କ । ଆଉ ଜେଟକୁ  ଅତିରିକ୍ତ ଲୋନ ଦେବାପାଇଁ ସଫା ସଫା ମନା କରିଦେଇଥିଲା । ଆପଣଙ୍କୁ ଜଣାଇବାକୁ ଚାହିଁବୁ, ୨୫ ବର୍ଷ ପୁରୁଣା ଏହି ଏୟାରଲାଇନ କମ୍ପାନୀ ଉପରେ ୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ବକେୟା ଅଛି ।ଜେଟ ଏୟାରୱେଜ୍ ପ୍ରଥମରୁ ନିଜର ଅନ୍ତରାଷ୍ଟ୍ରୀୟ ପରିଚାଳନାକୁ ୧୮ ଏପ୍ରେଲ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଘୋଷଣା କରିସାରିଛି।

ଜେଟ ଏୟାରୱେଜ୍ କହିଛି, ତାକୁ ଏସବିଆଇ ଭଳି ଲିଡିଙ୍ଗ ନେଇ ପାରୁଥିବା ବ୍ୟାଙ୍କ ମାନଙ୍କ ଗଠବନ୍ଧନରରେ ଏମରଜେନ୍ସି କେସ ସପୋର୍ଟରର ଅପେକ୍ଷା ରହିଛି  । ଯେଉଁଥିରେ ସେ ନିଜ ସେବରେ ଆସୁଥିବା ପତନକୁ ଅଟକାଇ ପାରିବ ।ମୁମ୍ବାଇ ସେୟାର ବଜାରକୁ ଦେଇଥିବା ସୁଚନାରେ କମ୍ପାନି କହିଛି, ସେ  ନିଜ ନିର୍ଦେଶକ ମଣ୍ଡଳୀ ସହିତ ବିଚାର ବିମର୍ଶ କରୁଛି ।ନିଜର ଜରୁରୀ ଟଙ୍କାର ସହଯୋଗ ପାଇଁ କରଜଦାତାଙ୍କ ସହ କଥାବର୍ତ୍ତା କରୁଛି । ହେଲେ କଣ ହେବ ଜେଟର ଭାଗ୍ୟ ଏବେ ତାହା ଦେଖିବାକୁ ବାକି ରହିଲା  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.