ବାଇକ୍‌ କିଣିଲେ ହେଲମେଟ୍ କିଣିବା ବାଧ୍ୟତାମୂଳକ, ଜାଣନ୍ତୁ କଣ ରହିଛି ନିୟମରେ

ବହୁ ସଂଖ୍ୟାରେ ଲୋକମାନେ ହେଲମେଟକୁ ନିଜର ସୁରକ୍ଷା ପାଇଁ ନୁହେଁ ବରଂ ପୋଲିସର ଫାଇନ ଭୟରେ ପିନ୍ଧନ୍ତି । ଅନେକ ଲୋକ ତ ହେଲମେଟ ବି କଣନ୍ତି ନାହିଁ । ହେଲେ ଏବେ ଆଉ ତ୍ରାହି ନାହିଁ । କାରଣ ତାମିଲନାଡୁ ଟ୍ରାନ୍ସପୋର୍ଟ କମିଶନର ବାଇକ ରାଇଡରମାନଙ୍କ ପାଇଁ ନୂଆ ନିର୍ଦେଶନାମା ଜାରି କରିଛନ୍ତି । ଏହି ନିୟମ ମୁତାବକ ବାଇକ କିଣିବା ବେଳେ ଗ୍ରାହକଙ୍କୁ ଆରଟିଓ ତରଫରୁ ହେଲମେଟ ଯୋଗାଇ ଦିଆଯିବ । ଏହା ସହିତ ସବୁ ମାସରେ ବିଭାଗ ପକ୍ଷରୁ ହେଲମେଟ ବଣ୍ଟନ ରିପୋର୍ଟ ଟ୍ରାନ୍ସପୋର୍ଟ ଅଫିସକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲମେଟ୍‌ ନିର୍ମାତା ସଂଘ ଏହି ନିୟମକୁ ପ୍ରଶଂସା କରିଛନ୍ତି ।
ଆପଣଙ୍କୁ ଜଣାଥିବ କେନ୍ଦ୍ରୀୟ ମୋଟର ବାହାନ ଅଧିନିୟମ ଅନୁସାରେ ଦୁଇଚକିଆ ଯାନ କିଣିବା ସମୟରେ ଯାନର ନିର୍ମାତା ବିଆଇଏସ ପ୍ରମାଣିତ ହେଲମେଟ ସପ୍ଲାଇ କରିବେ । ଏହି ନିୟମ ଅଧାରରେ ତାମିଲନାଡୁ ପରିବହନ ବିଭାଗ ନୂଆ ବାଇକ କିଣିବା ସମୟରେ ଗ୍ରାହକକୁ ହେଲମେଟ ଯୋଗାଇ ଦେବା ବାଧ୍ୟତାମୂଳକ ବୋଲି କହିଛି । ଆଶା କରାଯାଉଛି ଏହି ନିର୍ଦ୍ଦେଶ ପରେ ହେଲମେଟ ନଲଗାଇବା କାରଣରୁ ଘଟୁଥିବା ଦୁର୍ଘଟଣାକୁ କମ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.