Below header

କ.ନୂଆଗାଁରେ ବିଜେଡି ସାଂସଦ ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତଙ୍କ ପ୍ରଚାର ଆରମ୍ଭ

କନ୍ଧମାଳ ଜିଲ୍ଲା କ.ନୂଆଗାଁରେ ବିଜେଡି କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ । କ.ନୂଆଗାଁ ହନୁମାନ ମନ୍ଦିରର ନିକଟରୁ ପଦଯାତ୍ରାରେ ବାହାରି ବିଜେଡି କାର‌୍ୟ୍ୟାଳୟରେ ପହଞ୍ଚିଥିଲେ ଡ.ସାମନ୍ତ । ଏଠାରେ ବିଜେଡି କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଡ.ସାମନ୍ତଙ୍କ ଉପସ୍ଥିତିରେ ମହାସିଙ୍ଗି, ଗୁଞ୍ଜିବାଡ଼ି, ସିର୍ତ୍ତିଗୁଡ଼ାର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ଡ.ସାମନ୍ତ ବିପୁଳ ବ୍ୟବଧାନରେ ଜିତିବେ ବୋଲି କର୍ମୀମାନେ କହିଛନ୍ତି । ସେହିପରି ବାଲିଗୁଡ଼ା ବିଜେଡିର ବିଧାନସଭା ପ୍ରାର୍ଥୀ ଚକ୍ରମଣି କହଁରଙ୍କୁ ଜିତାଇ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ସହ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି କର୍ମୀ କହିଛନ୍ତି। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.