ଫିକା ପଡ଼ିଲା ସଞ୍ଜୁ ସାମସନଙ୍କ ଦମଦାର ଶତକ, ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂରେ ରାଜସ୍ଥାନ ବିପକ୍ଷରେ ହାଇଦ୍ରାବାଦ ବିଜୟୀ

ନୂଆଦିଲ୍ଲୀ : ସଂଜୁ ସାମସନଙ୍କ ଶତକ ସତ୍ତ୍ୱେ ରାଜସ୍ଥାନ ରୟାଲର୍ସର ପରାଜୟ। ଗତକାଲି ହାଇଦ୍ରାବାଦରେ ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ଆଇପିଏଲ ମ୍ୟାଚରେ ୫ୱିକେଟରେ ରାଜସ୍ଥାନକୁ ପରାସ୍ତ କରିଛି ହାଇଦ୍ରାବାଦ। ସାମ୍ସନଙ୍କ ୧୦୨ରନ ବଳରେ ରାଜସ୍ଥାନ ୧୯୮ରନର ବିଶାଳ ସ୍କୋର ଛିଡ଼ା କରିଥିବା ବେଳେ ହାଇଦ୍ରାବାଦ ଗୋଟିଏ ଓଭର ପୂର୍ବରୁ ମ୍ୟାଚକୁ ଜିତି ନେଇଥିଲା। କେରଳର ଲିଟିଲ ଷ୍ଟାର ସାମ୍ସନ ୫୫ଟି ବଲରେ ୧୦୨ରନ କରି ଆଇପିଏଲ ଦ୍ୱାଦଶ ସଂସ୍କରଣର ପ୍ରଥମ ଶତକକୁ ନିଜ ନାଁରେ କରିଛନ୍ତି। ହାଇଦ୍ରାବାଦର ପ୍ରଥମରୁ ହିଁ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲା। ଡେଭିଡ ୱାର୍ଣ୍ଣର ୩୭ବଲରୁ ଦ୍ରୁତ ୬୯ ରନ ସଂଗ୍ରହ କରିଥିଲେ। ଦଳ ମାତ୍ର ୪ ଓଭର ୫ଟି ବଲରେ ୫୦ ଓ ୮ ଓଭର ୫ଟି ବଲରେ ଶହେ ରନ ପୂରଣ କରିଥିଲା। ସ୍କୋୟାର ଲେଗ ଉପରେ ଛକା ମାରି ମ୍ୟାଚକୁ ବିଜୟୀ କରାଇଥିଲେ ରସିଦ ଖାନ। ୨ଟି ମ୍ୟାଚରୁ ପ୍ରଥମ ବିଜୟ ହାସଲ କରିଛି ହାଇଦ୍ରାବାଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.