Below header

ବୃତ୍ତିରେ ଶିକ୍ଷକ, କିନ୍ତୁ ନିଶା ପ୍ରାଚୀନ ସାମଗ୍ରୀ ସଂଗ୍ରହ, ନିର୍ମାଣ କରିଛନ୍ତି ପଠାଣି ସାମନ୍ତ ସଂଗ୍ରହାଳୟ

ପୁରୀ (କେନ୍ୟୁଜ୍) : ପୁରାତନ ଯୁଗର ପଥର ଠାରୁ ମୂଲ୍ୟବାନ ସାମଗ୍ରୀ । ପଥର ମୂର୍ତ୍ତି, ପ୍ରାଚୀନ ବହି ସହ ଖବର କାଗଜ । ଏ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବଉଳପଦା ଗାଁର ସଂଗ୍ରାହକ ରବିନ୍ଦ୍ର ସ୍ୱାଇଁଙ୍କ ପଠାଣି ସାମନ୍ତ ସଂଗ୍ରହାଳୟ ଏବଂ ପାଠାଗାର । ବୃତ୍ତିରେ ଶିକ୍ଷକ ଥିବା ରବିନ୍ଦ୍ରଙ୍କ ନିଶା ପ୍ରାଚୀନ ସାମଗ୍ରୀ ସଂଗ୍ରହ କରିବା । ଅବସର ସମୟରେ ବିଜ୍ଞାନ ସମ୍ବନ୍ଧୀୟ ଲେଖାଲେଖି କରିବାରେ ନିଜକୁ ନିୟୋଜିତ କରିଥାନ୍ତି ରବିନ୍ଦ୍ର ।

homeରବିନ୍ଦ୍ରଙ୍କ ଏହି ସଂଗ୍ରହାଳୟରେ ରହିଛି ବିଭିନ୍ନ ପ୍ରକାର ହସ୍ତଶିଳ୍ପ, ବିଭିନ୍ନ ରାଜ୍ୟର କଳା ସଂସ୍କୃତି ଏବଂ ଐତିହାସିକର ପୁସ୍ତକ, ବିଭିନ୍ନ ବିଜ୍ଞାନ ପତ୍ରିକା, ପାଠ ଉପକରଣ ଏବଂ ଟେରାକୋଟା ଜିନିଷ । ପଠାଣି ସାମନ୍ତଙ୍କ ବିଭିନ୍ନ ସାମଗ୍ରୀ ସହ ଗାଣିତିକ ଉପକରଣ ମଧ୍ୟ ଏଠାରେ ସ୍ଥାନ ପାଇଛି । ଏହି ସଂଗ୍ରହାଳୟକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଛାତ୍ରଛାତ୍ରୀଙ୍କ ଭିଡ ଲାଗିଥାଏ । ଏଭଳି ଏକ ସଂଗ୍ରହାଳୟ ଏବଂ ପାଠାଗାରକୁ ତିଆରି କରିବା ବେଶ୍ ଗୌରବର କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.