Below header

କେନ୍ଦ୍ରମନ୍ତ୍ରୀଙ୍କ ଦାଦାଗିରି, ମଝି ରାସ୍ତାରେ ପୋଲିସ ଅଧିକାରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଟିତୁଣ୍ଡ

ସମ୍ବଲପୁର : କେନ୍ଦ୍ରମନ୍ତ୍ରୀଙ୍କ ଦାଦାଗିରି। ବିଚ୍‌ ରାସ୍ତାରେ ପୋଲିସକୁ ନାଲିଆଖି। ହେଲିକପ୍ଟର ଯାଞ୍ଚ ପାଇଁ କହିବାରୁ ପୋଲିସ ସହ ଯୁକ୍ତିତର୍କ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ ଦେଖିବାକୁ ମିଳିଛି ଫାଇନାନସିଆଲ୍‌ ସର୍ଭେଇଲାନ୍ସ ଟିମ୍‌ ସହ ଧର୍ମେନ୍ଦ୍ର ପାଟିତୁଣ୍ଡ କରୁଛନ୍ତି । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ପୋଲିସ ଅଧିକାରୀଙ୍କ ସହ ଏହି ଯୁକ୍ତିତର୍କ ହୋଇଥିବା କୁହାଯାଉଛି। ଧର୍ମେନ୍ଦ୍ରଙ୍କ ହେଲିକପ୍ଟର ଏମସିଏଲ୍‌ ହେଲିପ୍ୟାଡରେ ପହଞ୍ଚିବା ପରେ ହେଲିକପ୍ଟରକୁ ଯାଞ୍ଚ କରିବାକୁ ଚାହିଁଥିଲେ ଫାଇନାନସିଆଲ୍‌ ସର୍ଭେଇଲାନ୍ସ ଟିମ୍‌ । ଯାହାକୁ ନେଇ କ୍ଷୁବ୍ଧ ହୋଇଥିଲେ କେନ୍ଦ୍ରମନ୍ତ୍ରୀ।

ସେମାନଙ୍କୁ କାଗଜପତ୍ର ଦେଖାଇବାକୁ କହିଥିଲେ। ଏପରିକି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ଯାଞ୍ଚ କରୁଛନ୍ତି କି? ଉତ୍ତରରେ ପୋଲିସ ଅଧିକାରୀ କହିଥିଲେ, ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ କାମ କରୁଛନ୍ତି। ତାପରେ ବି ଥମି ନଥିଲା କେନ୍ଦ୍ରମନ୍ତ୍ରୀଙ୍କ ରାଗ। ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ପୋଲିସ ଅଧିକାରୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ଆଚରଣକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.