ଆଉ ଦେଖିବାକୁ ମିଳିବନି ରମଣ ଏବଂ ଇସିତାଙ୍କ ଯୋଡି, ୬ ବର୍ଷ ପରେ ବନ୍ଦ ହେବ ‘ୟେ ହୈ ମହୋବତେଁ’

ମୁମ୍ବାଇ : ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘ୟେ ହୈ ମୋହବତେଁ’ ଦର୍ଶକଙ୍କ ଘରେଘରେ ନିଜର ଏକ ଭିନ୍ନ ଛାପ ଛାଡିଛି। ଏଥିରେ ମୁଖ୍ୟ ଭୂମିକା ଭାବେ ନଜର ଆସିଥିବା ରମଣ ଏବଂ ଇସିତାଙ୍କ ଯୋଡିଙ୍କୁ ଲୋକ ବେଶ ଭଲ ପାଆନ୍ତି ।ଏବେ ମିଳିଥିବା ଖବର ମୁତାବକ, ୬ ବର୍ଷରୁ ପ୍ରସାରିତ ହେଉଥିବା ‘ୟେ ହୈ ମୋହବତେଁ’ ଧରାବାହିକ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି। ଏନେଇ ଧରାବାହିକରେ ଆଲିଆ ଚରିତ୍ର ତୁଲାଉଥିବା କ୍ରୁଷ୍ଣା ମିଡିଆକୁ ସୂଚନା ପ୍ରଦାନ କରିଛନ୍ତି।

krshna

ସେ କହିଛନ୍ତି, ଶୋ ଜୁନ ମାସରେ ବନ୍ଦ ହୋଇପାରେ। ତେବେ ଟିଆରପି ପରେ ମଧ୍ୟ ଶୋକୁ କାହିଁକି ବନ୍ଦ କରାଯାଉଛି ତାହା ବିଷୟରେ ସେ ଜାଣି ନାହାନ୍ତି । ପରିବାର ଭଳି ଏକା ସହ ରହୁଥିବା ଧାରାବାହିକର ସମସ୍ତ କାଷ୍ଟକୁ ଛାଡି ରହିବା ସହଜ କଥା ନୁହଁ ବୋଲି କହିଛନ୍ତି ଅଭିନେତ୍ରୀ।

ଆପଣଙ୍କୁ କହିବାକୁ ଚାହିଁବୁ, ଗତ ବର୍ଷ ନଭେମ୍ବରରେ ଟିଆରପି କମ ରହିବା ଯୋଗୁଁ ଶୋର ବନ୍ଦ ନେଇ ସୂଚନା ମିଳିଥିଲା। କିନ୍ତୁ ତାହା ହୋଇନଥିଲା। ଏବେ ଦେଖିବା ବାକି ରହିଲା ଏବେ ଆସିଥିବା ଖବରଟି କେତେ ଦୂର ସତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.