Below header

କନ୍ଧମାଳରେ ବିଜେଡି ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କ ମାରାଥନ ପ୍ରଚାର, ବିରାଟ ରୋଡ ଶୋ

କନ୍ଧମାଳ : କମ୍ପୁଛି କନ୍ଧମାଳ । ଜୋରଦାର ପ୍ରଚାର କରିଛନ୍ତି କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସଭା, ଶୋଭାଯାତ୍ରା ସାଙ୍ଗକୁ ବୁଲି ବୁଲି ଚଳାଇଛନ୍ତି ପ୍ରଚାର । ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଗଞ୍ଜୁଗୁ଼ଡା ପଞ୍ଚାୟତରେ ଡକ୍ଟର ଅଚ୍ୟୁତ ସାମନ୍ତ ଘର ଘର ବୁଲି କ୍ୟାମ୍ପେନ କରିଛନ୍ତି । ନିର୍ବାଚନ ମଣ୍ଡଳୀର ମାଆ-ଭଉଣୀଙ୍କ ସହ କଥା ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସେମାନଙ୍କୁ ବୁଝାଇଥିଲେ। ରାଜନୀତି ନୁହେଁ, ସେବା କରିବାକୁ କନ୍ଧମାଳ ଆସିଥିବା କହିଛନ୍ତି ଡ. ସାମନ୍ତ ।

ପରେ ଦଡକି ପଞ୍ଚାୟତରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇଥିଲେ ଡକ୍ଟର ଅଚ୍ୟୁତ ସାମନ୍ତ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଓ ସାଂସଦ ପ୍ରାର୍ଥୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶତାଧିକ ବିଜେପି ନେତା, କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ରାଇକିଆରେ ରୋଡ ସୋ କରି ଭୋଟ ଭିକ୍ଷା କରିଥିଲେ ଡକ୍ଟର ସାମନ୍ତ । ରୋଡ ସୋରେ ଯିବା ବେଳେ ବିଭିନ୍ନ ସ୍ଥାନରେ ଲୋକମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ଡକ୍ଟର ସାମନ୍ତ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ ଓଲିଉଡ ତାରକା ସବ୍ୟସାଚୀ । ଡ. ସାମନ୍ତଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରିବା ପାଇଁ ସେ ଭୋଟରଙ୍କୁ ନିବେଦନ କରିଛନ୍ତି । ପରେ ଫୁଲବାଣୀ ସହରରେ ବାହାରିଥିଲା ବିରାଟ ବାଇକ ରାଲି । ଡକ୍ଟର ସାମନ୍ତ ବାଇକ ରାଲିରେ ସାମିଲ ହୋଇ କ୍ୟାମ୍ପେନ କରିଛନ୍ତି ।

କନ୍ଧମାଳରେ ଦ୍ୱିତୀୟ ପର୍ଯ୍ୟାୟରେ ହେବ ମତଦାନ। ଆସନ୍ତା ୧୮ ତାରିଖରେ ହେବ ମତଦାନ । ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଚଳାଇଛନ୍ତି ମାରାଥନ ପ୍ରଚାର। ସେପଟେ ତାଙ୍କ ବିପକ୍ଷରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ମନୋଜ ଆଚାର୍ଯ୍ୟ ଓ ବିଜେପିର ଖାରବେଳ ସ୍ୱାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.