ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ; କହିଲେ ପ୍ରଥମେ ଦେଶ, ପରେ ଦଳ ଓ ଶେଷରେ ନିଜେ

ନୂଆଦିଲ୍ଲୀ(କେନ୍ୟୁଜ୍) : ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । କହିଛନ୍ତି ପ୍ରଥମେ ଦେଶ, ପରେ ଦଳ ଓ ଶେଷରେ ନିଜେ । ସେ ଏକ ବ୍ଲଗ ଲେଖି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ୫୦୯ ଶଦ୍ଦ ବିଶିଷ୍ଟ ଏହି ବ୍ଲଗର ଶୀର୍ଷକ ରହିଛି ନେସନ ଫାଷ୍ଟ, ପାର୍ଟି ନେକ୍ସଟ, ସେଲ୍ଫ ଲାଷ୍ଟ । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଆଡଭାନୀଙ୍କୁ ଗାନ୍ଧୀନଗର ଆସନରୁ ଟିକେଟ୍‌ ନଦେଇ ଅମିତ ଶାହାଙ୍କୁ ପ୍ରାର୍ଥୀ କରିଛି । ବିଜେପିର ସାମ୍ପ୍ରତିକ ଧାରାକୁ ନେଇ କ୍ଷୋଭ ଜଣାଇଛନ୍ତି ଆଡଭାନୀ ।

advaniକହିଲେ, ପ୍ରତ୍ୟେକ ନାଗରିକର ରହିଛି ବ୍ୟକ୍ତିଗତ ଓ ରାଜନୈତିକ ପସନ୍ଦ । ଟିକେଟ୍‌ ନମିଳିବା ପ୍ରସଙ୍ଗରେ ସେ ଲେଖିଛନ୍ତି, ମୁଁ ଗାନ୍ଧୀନଗର ଲୋକଙ୍କ ପାଖରେ ନିଜର କୃତଜ୍ଞତା ଜ୍ଞାପନ କରୁଛି । ଯେଉଁମାନେ ମୋତ ୧୯୯୧ ପରେ ଲଗାତାର ଭାବେ ୬ଥର ପାଇଁ ଲୋକସଭାକୁ ନିର୍ବାଚିତ କରିଛନ୍ତି । ଗୁଜୁରାଟର ଗାନ୍ଧୀନଗର ଆସନରୁ ଆଡଭନୀ ଏବେ ସାଂସଦ ଅଛନ୍ତି । ଆସନ୍ତା ୬ ତାରିଖରେ ପାଳନ ହେବ ବିଜେପିର ପ୍ରତିଷ୍ଠା ଦିବସ । ଏହାର ୨ ଦିନ ପୂର୍ବରୁ ସେ ଏହି ବ୍ଲଗ ଲେଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.