Below header

ଦ୍ୱିତୀୟ ପର୍ଯ୍ୟାୟରେ ନାମାଙ୍କନ ଦାଖଲ କଲେ ୩୦୨ବିଧାୟକ, ଆଜିିଠୁ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଆଜିିଠୁ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟର ୩୫ଟି ବିଧାନସଭା ଆସନ ପାଇଁ ମୋଟ୍‌ ୩୦୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ୫ଟି ଲୋକସଭା ଆସନ ପାଇଁ ସର୍ବମୋଟ୍‌ ୪୫ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ଶେଷଦିନରେ ବିଧାନସଭା ଆସନ ପାଇଁ ୨୦୫ ଜଣ ପ୍ରାର୍ଥୀ ଓ ଲୋକସଭା ଆସନ ପାଇଁ ୨୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ବିଧାନସଭା ମତଦାନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ରର ଯାଞ୍ଚ ପରେ ୨୦୩ ପ୍ରାର୍ଥୀଙ୍କର ନାମାଙ୍କନ କାଏମ ରହିଛି । ସେହିପରି ଲୋକସଭା ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପରେ ୨୮ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.