Below header

ବ୍ରହ୍ମପୁର ନାବାଳିକା ଗଣଦୁଷ୍କର୍ମ ମାମଲା : ୪ ଦୋଷୀଙ୍କୁ ୨୫ ବର୍ଷ ଜେଲ, ୫୦ ହଜାର ଟଙ୍କା ଜରିମାନା

ବ୍ରହ୍ମପୁର : ବ୍ରହ୍ମପୁରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କୁ ୨୫ ବର୍ଷ ଲେଖାଏଁ ଜେଲ । ଏଥିସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ । ଜରିମାନା ଅନାଦେୟ ପ୍ରତ୍ୟେକଙ୍କୁ ଆଉ ଏକ ବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଏହି ରାୟ ଦେଇଛନ୍ତି । ଚାରି ଅଭିଯୁକ୍ତ ବେନା ବାହାଦୁର, ମନୋଜ ଜେନା, କାଳିଆ ବେହେରା ଏବଂ ସତ୍ୟ ପାତ୍ରଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଓ ଦୌରା ଜଜ ।

ଗତ ୨୦୧୬ ମସିହା ମାର୍ଚ୍ଚ ୧୭ରେ ଏମକେସିଜି ଖେଳ ପଡ଼ିଆ ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷର୍ମ ନେଇ ଅଭିଯୋଗ ହୋଇଥିଲା । ନାବାଳିକା ଜଣକ ଟିଉସନ ଯାଉଥିବା ବେଳେ ବାଟରେ ଅନ୍ଧାର ସୁଯୋଗ ନେଇ ଅଭିଯୁକ୍ତ ଯୁବକମାନେ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ବୈଦ୍ୟନାଥ ପୁର ଥାନା ପୋଲିସ ତଦନ୍ତ କରିଥିଲେ । ବିଚାର ବେଳେ ୧୩ ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.