Below header

ରାଜ୍ୟରେ ମହିଳା ଭୋଟରଙ୍କ ମଧ୍ୟରେ ବିପୁଳ ଉତ୍ସାହ, ସକାଳୁ ସକାଳୁ ବିଭିନ୍ନ ବୁଥରେ ଲାଗିଥିଲା ଲମ୍ବା ଲାଇନ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ମହିଳା ଭୋଟରଙ୍କ ମଧ୍ୟରେ ଉତ୍ସାହ। ସକାଳୁ ସକାଳୁ ଲାଗିଥିଲା ମହିଳାଙ୍କ ଧାଡ଼ି। ଗଣତନ୍ତ୍ରର ମହାପର୍ବରେ ନିଜକୁ ସାମିଲ କରିବାକୁ ଅଧିକ ସଂଖ୍ୟାରେ ଆସିଥିଲେ ମତଦାନ କେନ୍ଦ୍ର। ଖରା ହେଉଛି, ଘରର ଦାୟିତ୍ୱ ମଧ୍ୟ ରହିଛି ତଥାପି ଭୋଟ ଦାନ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇଥିଲେ। ଧାଡିରେ ରହିଥିଲେ। ସମୟ ଲାଗିଲେ ବି ଧର୍ଯ୍ୟହରା ହେଉ ନଥିଲେ। ନିଜ ମନପସନ୍ଦର ପ୍ରାର୍ଥୀ ବାଛିବାକୁ ଦେଖାଇଥିଲେ ଆଗ୍ରହ।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୬ ଲକ୍ଷ ୯୩ ହଜାର ଭୋଟରଙ୍କ ମଧ୍ୟରୁ ମହିଳା ଭୋଟର ସଂଖ୍ୟା ୩୭ ଲକ୍ଷ ୪୭ ହଜାର ୪୯୩। ଏଥିରୁ ସ୍ପଷ୍ଟ ମହିଳା ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଆଉ ଏଥିପ୍ରତି ସଚେତନ ଅଛନ୍ତି ମହିଳା ଭୋଟର। ଅଧିକାର ସାବ୍ୟସ୍ତ କରିବାକୁ ଆଜି ପହଞ୍ଚିଥିଲେ ବୁଥ୍‌ ।

women voteମହିଳାଙ୍କ ଗୁରୁତ୍ୱ ମଧ୍ୟ ବୁଝିଛନ୍ତି ରାଜନୈତିକ ଦଳ। ନିର୍ବାଚନ ଆରମ୍ଭ ପୂର୍ବରୁ ନବୀନ, ମହିଳାଙ୍କ ଲାଗି ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ କଥା ଉଠାଇଲେ। ଆଉ ୨୧ ଲୋକସଭା ଆସନରୁ ୩୩ ପ୍ରତିଶତ ଅର୍ଥାତ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କଲେ। ବିଜେଡି ଇସ୍ତାହାରର ଫୋକସରେ ଥିଲା ମହିଳାଙ୍କ ସଶକ୍ତିକରଣ। ମିଶନ ଶକ୍ତିର ମା’ମାନଙ୍କୁ ବର୍ଷକୁ ୫ ହଜାର କୋଟି ଟଙ୍କାର ସରକାରୀ କାମ ମିଳିବ। ଏସଏଚଜିଙ୍କୁ ୫ଲକ୍ଷ ଟଙ୍କା ଯାଏ ବିନା ସୁଧରେ ଋଣ ଦିଆଯିବ। ବିଜେଡି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଥିବା ସହାୟତାକୁ ୭ ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। କେଜିରୁ ପିଜି ଯାଏ ମାଗଣାରେ ପାଠ ପଢ଼ିବେ ସବୁ ଝିଅ। ସେହିପରି ବିଜେପି ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ପ୍ରସଙ୍ଗ କରିଛି। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରୁଛି। କଂଗ୍ରେସ ମଧ୍ୟ ମହିଳା ପ୍ରସଙ୍ଗକୁ ଗୁରୁତ୍ୱ ଦେଉଛି। ସବୁ ଦଳର ଆଭିମୁଖ୍ୟକୁ ପରଖି ଭୋଟ ଦେଉଛନ୍ତି ମହିଳା ।

ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ୮ ଜଣ ଓ ବିଜେପି ଛଅ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସର ଜଣେ ମହିଳା ପ୍ରାର୍ଥୀ। ଆସିକାରେ ମହିଳା ପ୍ରାର୍ଥୀଙ୍କ ପ୍ରାଧାନ୍ୟ। ଏଠାରେ ବିଜେଡି ଲୋକସଭା ପ୍ରାର୍ଥୀ ପ୍ରମିଳା ବିଷୋୟୀ। ବିଜେପି ଲୋକସଭା ପ୍ରାର୍ଥୀ ଅନିତା ପ୍ରିୟଦର୍ଶନୀ ପଟ୍ଟନାୟକ। ସେପଟେ ଆସିକା, ବିଧାନସଭା ସହ କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ ସାନଖେମୁଣ୍ଡି ପାଇଁ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.