Below header

ଇଏ ଲାଞ୍ଚ ନୁହେଁ ପୁରସ୍କାର : ଦଳୀୟ କର୍ମୀଙ୍କ ପାଇଁ ଘୋଷଣା କଲେ ନେତା, ଯିଏ ଅଧିକ ଭୋଟ୍‌ରେ ଜିତାଇବ ସିଏ ପାଇବ କୋଟିଏ

ଲୋକଙ୍କ ଠାରୁ ଭୋଟ୍‌ ଆଦାୟ ପାଇଁ ପ୍ରାର୍ଥୀମାନେ କେତେ କଣ ପନ୍ଦି ଫିକର କରୁଛନ୍ତି । ଖାଲି ହାତଯୋଡ଼ି ଭୋଟ୍‌ ଭିକ୍ଷା କଲେ ତ ଆଉ ହେଉନି ତେଣୁ ଅନ୍ୟ କିଛି କୌଶଳ କରୁଛନ୍ତି କ୍ଷମତା ହାସଲ ପାଇଁ । ଯେମିତି କିଛି ନେତା ସେମାନଙ୍କ କର୍ମୀଙ୍କୁ ଦେଖାଇଛନ୍ତି ବିଭିନ୍ନ ପ୍ରକାର ବଡ଼ ବଡ଼ ଲୋଭ । ସେହିଭଳି ଜଣେ ପ୍ରାର୍ଥୀ ହେଉଛନ୍ତି ଡିଏମ୍‌କେର ଜଗତରକ୍ଷକନ୍‌ । ଯିଏକି ତାମିଲନାଡୁର ଆରାକୋନମ ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ତାଙ୍କ ଲୋକସଭା ଆସନ ଅଧୀନରେ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଯେଉଁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କର୍ମୀମାନେ ତାଙ୍କୁ ଅଧିକ ଭୋଟ୍‌ରେ ଜିତାଇବ ସେହି ଅଞ୍ଚଳକୁ ସେ କୋଟିଏ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।

VOTE LINKED BONUS-1

ସେହିପରି ତାମିଲନାଡୁ ଭେଲୋରରେ ପ୍ରାର୍ଥୀ ହୋଇଛନ୍ତି ଡିଏମ୍‌କେର କାଥିର ଆନନ୍ଦ । ସେ ହେଉଛନ୍ତି ଡିଏମ୍‌କେ ଦଳର କୋଷାଧ୍ୟକ୍ଷ ଏସ୍‌ ଦୁରାଇମୁରୁଗାନ୍‌ଙ୍କ ପୁଅ । କାଥିର ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । ସେହି ଆସନରେ ଏଆଇଏଡିଏମ୍‌କେରୁ ପ୍ରାର୍ଥୀ ହୋଇଥିବା ଏସି ସନମୁଗମ ଦେଉଛନ୍ତି ୬ଟି ବୁଲେଟ୍‌ ମୋଟର ସାଇକେଲ ଏବଂ ଦେଶ ବିଦେଶ ବୁଲିବାର ପୁରସ୍କାର । ଅବଶ୍ୟ ଘୋଷଣା ହୋଇଥିବା ଟଙ୍କାରେ ମଉଜ ମଜଲିସ୍‌ ନୁହେଁ ଦଳର କାର୍ଯ୍ୟାଳୟ ନିର୍ମାଣ ଆଦିରେ ଖର୍ଚ୍ଚ କରାଯିବ ।

ଏହି ପରିପ୍ରେକ୍ଷୀରେ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଗତକାଲି ଗୋଟିଏ ଫୋନ୍‌ କଲ୍‌ ପାଇ ନିର୍ବାଚନ କମିଶନ୍‌ କାଥିରଙ୍କ ଘରେ ଚଢ଼ାଉ କରିଥିଲେ । ତାଙ୍କୁ ଘରୁ ମିଳିଲା ୧୯ ଲକ୍ଷ ଟଙ୍କା । ପ୍ରାର୍ଥିପତ୍ର ଦାଖଲ ବେଳେ କାଥିର ସତ୍ୟପାଠରେ ଦର୍ଶାଇ ଥିଲେ ଯେ ତାଙ୍କ ପାଖରେ ମାତ୍ର ୯ ଲକ୍ଷ ଟଙ୍କା ଅଛି । ତେଣୁ ଆୟକର ଅଧିକାରୀ ବାକି ୧୦ ଲକ୍ଷ ଟଙ୍କା ଜବତ କରି ନେଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.