ଗଜପତି : ୫୫୦ କେଜି ଗଞ୍ଜେଇ ଜବତ, ଚାରି ଜଣ ଗିରଫ

ଗଜପତି : ଯାନ ବାହନ ଯାଂଚ ବେଳେ ୫୫୦ କେଜି ଗଞ୍ଜେଇ ଜବତ । ଗଜପତି ରୁ ଭୁବନେଶ୍ବର ଚାଲାଣ ହେଉଥିବା ସମୟରେ ଖ୍ରୀଷ୍ଟପୁର ନିକଟରୁ ଏକ ଟ୍ରକରୁ ଏହି ଗଂଜେଇ ଜବତ କରିଛି ପୋଲିସ୍ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୫ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଘଟଣାରେ ତିନି ଜଣ ଯୁବକଙ୍କ ସହ ଜଣେ ନାବାଳକକୁ ଗିରଫ କରିଛି ପୋଲିସ୍ । ଗିରଫ ମାନେ ହେଲେ ସୁଜୟ ଲିମା,ଅଜୟ ଲିମା ଏବଂ ରଞ୍ଜନ ବୀର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.