Below header

ମଇଦାନରେ ନାହାନ୍ତି, କୁଆଡ଼େ ଗଲେ ରୂପେଲି ପରଦାର ଷ୍ଟାର୍‌ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଅଚାନକ ଓଡ଼ିଶା ରାଜନୀତି ଆକାଶରେ ଓଲିଉଡ୍‌ ତାରକାଙ୍କର ଉଦୟ ହେଲା । କିଛି ଦିନ ବ୍ୟବଧାନରେ ପଦ୍ମ ଧରି ଗେରୁଆ ରଙ୍ଗରେ ନିଜକୁ ରଙ୍ଗେଇ ଦଳରେ ସାମିଲ ହୋଇଗଲେ । ଓଡ଼ିଶା ବିଜେପି ଓଲିଉଡ୍‌ ଷ୍ଟାର୍‌ମୟ ହୋଇଗଲା । ଲାଗୁଥିଲା ଏଥର ନିର୍ବାଚନ ପ୍ରଚାର ବେଳେ ଏଇ ଷ୍ଟାରମାନେ ଦଳର ଷ୍ଟାର୍‌ ପ୍ରଚାରକ ହେବେ । ହେଲେ ପିଙ୍କି ପ୍ରଧାନଙ୍କୁ ଛାଡ଼ି ଦେଲେ ଆଉ କାହାରି ଦେଖା ମିଳୁ ନାହିଁ । ହୁଏତ ପିଙ୍କି ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ପ୍ରତ୍ୟକ୍ଷ ଭାବେ ମଇଦାନକୁ ଓହ୍ଲାଇବାକୁ ପଡୁଛି । ଆଉ ଅନ୍ୟମାନେ ଫ୍ଲପ୍‌ ଫିଲ୍ମ ଭଳି ଉଭେଇ ଗଲେ କୁଆଡ଼େ ? ଏହା ପଛରେ କିଛି ଗୂଢ଼ ରହସ୍ୟ ନାହିଁ ତ ?
ଅବଶ୍ୟ ବିଜେଡିରେ ହାତ ଗଣତି କେତେଜଣ ଅଛନ୍ତି, ସେମାନଙ୍କ ମୁହଁ ଦେଖିବାକୁ ମିଳୁଛି । ହେଲେ ଗଣମାଧ୍ୟମ ଆଗରେ ଜଣେ ବିଶାଳ ତଥା କେନ୍ଦ୍ରରେ ଦବ୍‌ଦବା ରଖିଥିବା ନେତାଙ୍କ ସମ୍ବର୍ଦ୍ଧନା ଭିତରେ ପୋଜ୍‌ ଦେଇ ଫଟୋ ଉଠାଇଥିବା ନୂଆ, ପୁରୁଣା ଓଲିଉଡ୍‌ ଅଭିନେତା ଓ ଅଭିନେତ୍ରୀଙ୍କୁ କିନ୍ତୁ ଏଯାଏ ଦେଖିବାକୁ ମିଳି ନାହିଁ । ଅନ୍ତତଃ ନିଜ ପରିବାରର ପିଙ୍କିଙ୍କ ପାଇଁ ତ ନିଜ ଷ୍ଟାର ପାଓ୍ଵାର ଦେଖାଇବାକୁ ଆସନ୍ତେ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.