ଜୋର ଧରୁଛି ନିର୍ବାଚନ ପ୍ରଚାର, ମଇଦାନର ଏବେ ସବୁ ଦଳର ପ୍ରଚାରକ

ଭୁବନେଶ୍ବର (କେନ୍ୟୁଜ୍) : ଜୋର ଧରୁଛି ନିର୍ବାଚନ ପ୍ରଚାର । ମଇଦାନକୁ ଓହ୍ଲାଇଲେଣି ପ୍ରାର୍ଥୀଙ୍କ ସହ ଷ୍ଟାର ପ୍ରଚାରକ । ତିନି ପ୍ରମୁଖ ଦଳ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛନ୍ତି । ହେଲେ ବିଜେଡି, ବିଜେପି ଓ କଂଗ୍ରେସର ତିନି ଜଣ ହେଉଛନ୍ତି ପ୍ରଭାବୀ ପ୍ରଚାରକ । ନୟାଗଡରୁ ନିର୍ବାଚନୀ ବିଗୁଲ ଫୁଙ୍କିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଛନ୍ତି ସମସ୍ତ ୨୧ଟି ଲୋକସଭା ଆସନରେ ବିଜୟୀ ହେବ ବିଜେଡି । ସେହିପରି ଡିସେମ୍ବରରୁ ଏଯାଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଥର ଓ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ୩ ଥର ଓଡ଼ିଶା ଆସି ପ୍ରଚାର କରିଛନ୍ତି । ଆଗକୁ ପୁଣି ସେମାନେ ପ୍ରଚାର ପାଇଁ ଆସିବେ।

ସାରା ରାଜ୍ୟରେ କ୍ୟାମ୍ପେନ ଫିଭର । ନିଜ ସମର୍ଥକଙ୍କ ସହ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପାଇଁ ନୟାଗଡରୁ ଆରମ୍ଭ କରିଛନ୍ତି ନିର୍ବାଚନୀ ପ୍ରଚାର । କହିଛନ୍ତି ୨୧ଟି ଲୋକସଭା ଆସନରୁ ବିଜେଡି ୨୧ଟିରେ ବିଜୟୀ ହେବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁର ଆସି ପ୍ରଚାର କରିଛନ୍ତି । ଆସନ୍ତା ୨ ତାରିଖରେ ପୁଣି ସେ କଳାହାଣ୍ଡି ଆସିବେ । ଆସନ୍ତା ୧ରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସେହିପରି ରାହୁଲ ଗାନ୍ଧୀ ୪ରେ ଓଡିଶା ଆସିବେ ।

ପୂର୍ବରୁ ଗତ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଆସିଥିଲେ । ଏହାପରେ ବାରିପଦା ଓ ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ରାହୁଲ ଗାନ୍ଧୀ ଖୋର୍ଦ୍ଧା, ଜୟପୁର, ରାଉରକେଲା ଓ କଳାହାଣ୍ଡି ସଭା କରିସାରିଛନ୍ତି । ନବୀନ, ମୋଦି, ରାହୁଲଙ୍କ ଛଡା ବିଜେଡି, ବିଜେପିଓ କଂଗ୍ରେସରେ ଅନ୍ୟ ଷ୍ଟାର ପ୍ରଚାରକ ଅଛନ୍ତି । ହେଲେ ସେମାନଙ୍କର ପ୍ରଭାବ କିଛି କିଛି ନିର୍ବାଚନ ମଣ୍ଡଳୀରେ ସୀମିତ ।

ବିଜେଡିର ପ୍ରସନ୍ନ ଅଚାର‌୍ୟ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ବିଜେପିରେ କେ.ଭି ସିଂଦେଓ, ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସର ନିରଂଜନ ପଟ୍ଟନାୟକ,ଭକ୍ତ ଦାସ ୪୦ଜଣିଆ ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛନ୍ତି । ପ୍ରଥମ ପଯ୍ୟାର‌୍ୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର ପାଇଁ ଏପ୍ରିଲ ୧୧ରେ ମତଦାନ ହେବାକୁ ଥିବା ବେଳେ ଦ୍ୱିତୀୟ ପଯ୍ୟାର୍ଳରେ ୫ଟି ଲୋକସଭା କ୍ଷେତ୍ର ପାଇଁ ଏପ୍ରିଲ ୧୮ରେ ମତଦାନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.