ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଲଢେଇ । ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଟସ ଜିତି ବ୍ୟାଟିଂ କରୁଛି କିୱି ଟିମ୍ । ଟିମ ଇଣ୍ଡିଆ ପ୍ଲେଇଂ ଲେଭେନରେ ଗୋଟିଏ ପରିବର୍ତ୍ତନ ହୋଇଛି । କୁଲଦୀପ ଯାଦବଙ୍କ ସ୍ଥାନରେ ଚହଳ ସାମିଲ କରାଯାଇଛି । ୧୫ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି ଭାରତ, ୧୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛି ନ୍ୟୁଜିଲାଣ୍ଡ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଓଭର ଖେଳାଯାଇଥିବା ବେଳେ ରନ୍ ୧ ରହିଛି। ଏହା ସହ ବୁମରାହଙ୍କ ବଲରେ ନ୍ଯୁଜିଲାଣ୍ଡ ଖେଳାଳି ମାଟ୍ରିନ ଗପଟିନ୍ ମାତ୍ର ୧ ରନ କରି ପାଭେଲିଓନକୁ ଫେରିଛନ୍ତି ।
ଚଳିତ ବିଶ୍ୱକପ୍ ଲିଗ୍ ପର୍ଯ୍ୟୟରେ ଉଭୟ ଦଳ ପରସ୍ପରକୁ ଭେଟିନାହାନ୍ତି। ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବାତିଲ ହୋଇଥିଲା। ଭାରତ ୯ଟି ମ୍ୟାଚ୍ରୁ ୮ଟି ଖେଳି ୭ଟି ଜିତିଛି। ଗୋଟିଏ ଇଂଲଣ୍ଡଠାରୁ ୩୧ରନରେ ହାରିଛି।