Below header

ବିଶ୍ବକପ୍ ୨୦୧୯ରେ ଯଦି ଭାରତ ଚାମ୍ପିୟନ ହୁଏ ତେବେ କେତେ କୋଟି ପୁରସ୍କାର ରାଶି ପାଇବ ଜାଣନ୍ତୁ

ପ୍ରଥମ ସେମିଫାଇନାଲ ମୁକାବିଲାରେ ଆଜି ଇଂଲଣ୍ଡର ମାଞ୍ଚେଷ୍ଟର୍‌ର ଓଲ୍ଡ ଟ୍ରାଫଡ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେଉଛି । ପୂର୍ବ ରେକର୍ଡକୁ ଦେଖିଲେ ଏହି ମ୍ୟାଚରେ ଭାରତର ପଲ୍ଲା ଭାରୀ ରହିଛି। ସମସ୍ତଙ୍କର ଆଶା ରହିଛି ଯେ ଏଥର ବିଶ୍ବକପ ଭାରତ ହିଁ ଆଣିବ। ଏମିତିରେ ଯଦି କ୍ରୀଡ଼ା ବିଶେଷଜ୍ଞଙ୍କ କଥା ଠିକ ପ୍ରମାଣିତ ହୁଏ ଏବଂ ଟିମ ଇଣ୍ଡିଆ ବିଶ୍ବକପ କବ୍ଜା କରିନିଏ ତେବେ ଭାରତୀୟ ଟିମ ଉପରେ ଟଙ୍କାର ବର୍ଷା ହେବ।

ଆଇସିସି ଅନୁଯାୟୀ ଏଥର ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ରାଶି ଭାବରେ ୧ କୋଟି ଡଲାର ଅର୍ଥାତ ୭୦.୧୨ କୋଟି ଟଙ୍କା ଦିଆଯିବ। ଏଥିରେ ଚାମ୍ପିୟନ ଟିମକୁ ୪ ମିଲିୟନ ଡଲାର ଅର୍ଥାତ୍ ୨୮ କୋଟି ଟଙ୍କାର ପୁରସ୍କାର ମିଳିବ। ସେହିଭଳି ଫାଇନାଲରେ ହାରିଥିବା ଟିମକୁ ୨ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୪ କୋଟି ଟଙ୍କା ଦିଆଯିବ। ଏହାଛଡା ସେମିଫାଇନାଲରେ ହାରିଥିବା ଦୁଇ ଟିମକୁ ସାଢ଼େ ୫ କୋଟି ଲେଖାଏଁ ଟଙ୍କା ମିଳିବ ।

ଏହା ସହ ପଢ଼ନ୍ତୁ : ବିଶ୍ୱକପ୍‌ ସେମିଫାଇନାଲ୍‌ : ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇ ପାରିବ ତ ଭାରତ ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ବକପ୍ ଜିତିଥିବା ଟିମକୁ ମିଳୁଥିବା ପୁରସ୍କାର ୱିମ୍ବେଲଡନର ବିଜେତାଙ୍କ ଠାରୁ ମଧ୍ୟ ଅଧିକ। କିନ୍ତୁ ଫିଫା ଫୁଟବଲ୍ ବିଶ୍ବକପ ଠାରୁ କମ୍। ଫିଫା ବିଶ୍ବକପ୍ ଜିତିଥିବା ପୁରୁଷ ଟିମକୁ ୨୬୧ କୋଟି ଟଙ୍କା ପୁରସ୍କାର ରାଶି ଦିଆଯାଇଥାଏ ଏବଂ ମହିଳା ଫୁଟବଲ ଟିମର ବିଜେତାଙ୍କୁ ୨୭.୫ କୋଟି ଟଙ୍କା ପୁରସ୍କାର ରାଶି ମିଳିଥାଏ। ସେହିଭଳି ୱିମ୍ବେଲଡନରେ ବିଜୟ ହୋଇଥିବା ପୁରୁଷ ଏବଂ ମହିଳା ଖେଳାଳିଙ୍କୁ ୧୯.୩ କୋଟି ଟଙ୍କା ଦିଆଯାଇଥାଏ।

୧୪ ଜୁଲାଇରେ ହେବ ବିଜେତାଙ୍କ ନିଷ୍ପତ୍ତି

ବିଶ୍ବକପ ୨୦୧୯ରେ ବିଜୟ ଟିମର ଘୋଷଣା ୧୪ ଜୁଲାଇରେ ହେବ କିନ୍ତୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରୁ ଗୋଟିଏ ଟିମକୁ ମିଳିବ। ବିଶ୍ବକପର ଆଗାମୀ ସେମିଫାଇନାଲ ୧୧ ଜୁଲାଇ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.